To Bada Deula Bhasei Debi Re

ତୋ ବଡ଼ ଦେଉଳ ଭସେଇ ଦେବି ରେ
ଟୋପାଏ ଲୁହରେ ମୋର
ତୋ ସିଂହଦୁଆର ପକେଇ ଦେବି ରେ
ମୁଠାଏ ଦୁଃଖରେ ମୋର

ହୋ, ତୋ ବଡ଼ ଦେଉଳ ଭସେଇ ଦେବି ରେ
ଟୋପାଏ ଲୁହରେ ମୋର
ତୋ ସିଂହଦୁଆର ପକେଇ ଦେବି ରେ
ମୁଠାଏ ଦୁଃଖରେ ମୋର

ଶୁଣିବୁ କି ନାହିଁ କହ ମୋର ଡାକ
ବୁଝିବୁ କି ନାହିଁ କହ ମୋର ଦୁଃଖ
ଟପି ଗଲା ସୀମା ସହିବାର
ଟପି ଗଲା ସୀମା ସହିବାର

ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର (କଳାଠାକୁର)

ଏ ଦୁଃଖୀ ଆଖିର ଟୋପାଏ ଲୁହ ତ, ସାତ ଦରିଆର ଢେଉ
ଥରୁଟିଏ ଯଦି ସୁନାମି ଆସିବ, କିଏ ବା ରୋକିବ ଆଉ?

ହୋ, ଏ ଦୁଃଖୀ ଆଖିର ଟୋପାଏ ଲୁହ ତ, ସାତ ଦରିଆର ଢେଉ
ଥରୁଟିଏ ଯଦି ସୁନାମି ଆସିବ, କିଏ ବା ରୋକିବ ଆଉ?

ତୋ ପାଖରେ କେତେ କରିବି ରେ ଅଡ଼ି?
କେତେ ଆଉ ତତେ ଦେବି ରେ ମୁଁ ଗାଳି?
ନାହିଁ ଆଉ କିଛି କହିବାର
ନାହିଁ ଆଉ କିଛି କହିବାର

ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର (କଳାଠାକୁର)

ଦୀନବନ୍ଧୁ ନାମ କିଏ ଦେଲା ତୋର?
ନ ରଖିଲୁ ବନ୍ଧୁପଣ
ଭଣ୍ଡେଇ ଭଣ୍ଡେଇ କନ୍ଦେଇ ମାରିବା
ଜାଣିଗଲି ତୋର ଗୁଣ

ହୋ, ଦୀନବନ୍ଧୁ ନାମ କିଏ ଦେଲା ତୋର?
ନ ରଖିଲୁ ବନ୍ଧୁପଣ
ଭଣ୍ଡେଇ ଭଣ୍ଡେଇ କନ୍ଦେଇ ମାରିବା
ଜାଣିଗଲି ତୋର ଗୁଣ

ଥିଲା ଦିନେ ଯଉ ତୋର ମୋର ଭାବ
ସେଇ ଭାବ ରଖି ଆଉ କଉ ଲାଭ?
ଶେଷ ହେଉ ଆମ ସମ୍ପର୍କର
ଶେଷ ହେଉ ଆମ ସମ୍ପର୍କର

ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର
ରେ କଳାଠାକୁର (କଳାଠାକୁର)



Credits
Writer(s): Biraja Prasad
Lyrics powered by www.musixmatch.com

Link