Kahin Ketedura Nilachala Dhama

କାହିଁ କେତେ ଦୂର ନୀଳାଚଳ ଧାମ
ମୋ ଘରୁ କରୁଛି ତୁମକୁ ପ୍ରଣାମ

ହଁ, କାହିଁ କେତେ ଦୂର ନୀଳାଚଳ ଧାମ
ମୋ ଘରୁ କରୁଛି ତୁମକୁ ପ୍ରଣାମ

ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ

ତେଲର ଲୁଣର ମୋର ଏ ସଂସାର
ଯାଇ ପାରୁ ନାହିଁ ତୁମ ଶ୍ରୀମନ୍ଦିର
ଛାଡି ବିଲ ବାଡ଼ି କାମ

ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ

ନାହିଁ ଧନ ବଳ, ନାହିଁ ପୁଣ୍ୟ ବଳ
୨୨ ପାହାଚ ଚଢିବା ପାଇଁ

ହୋ, ଏମିତି ମୋ ଭାଗ୍ୟ ଆସିନି ସୁଯୋଗ
ତୁମରି ଦର୍ଶନ କରିବା ପାଇଁ

ଭାରି ଛନ୍ଦାଛନ୍ଦି ମୋ ପାପୁଲି ରେଖା
କିଏ ଜାଣେ ପ୍ରଭୁ, ହବ କେବେ ଦେଖା
ମୁଁ ଯେ ବଡ଼ ଦିନହୀନ

ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ

ତୁମ ନନ୍ଦିଘୋଷ ଟାଣି ପାରୁ ନାହିଁ
ଏଇଠି ଗଢ଼ିଛି ବାଲିର ରଥ

ହୋ, ଶ୍ରୀମନ୍ଦିର ଛାଡି ଆସ ବାରେ ପ୍ରଭୁ
ଚାହିଁ ମୁଁ ରହିଛି ତୁମରି ପଥ

କିଏ ଜାଣେ କେବେ ପଥ ଯିବ ସରି
ବାନ୍ଧି ଦିଅ ବାରେ ତୁମ ଭାବ ଡୋରି
ଲୋଡା ନାହିଁ ଧନ ଜନ

ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ
ଚକାନୟନ ହେ କଳାବଦନ



Credits
Writer(s): Biraja Prasad
Lyrics powered by www.musixmatch.com

Link