Tu Para Mo Aakhira Anjana

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ

ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ

ଯଶୋଦାର ମନ ନେଇ ଦିନ କାଟୁଚି
ଦେବକୀର ଦୁଃଖ ସହି ରାତି ବିତୁଚି
ଧନ ଡାକି, କୋଳେ ଧରି ଗେଲ କରୁଚି
ହେଲେ ତୋର ମାଆ କି ମୁଁ ହେଇ ପାରୁଚି?

ଆଖିକୁ ସିନା କାଠ-କଣ୍ଢେଇ
ମନରେ ତୁ ତ କଳା-କହ୍ନେଇ

କହ କେବେ ସତ ହବ ମୋର ସପନ. ସପନ, ସପନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ

ଶହ-ଶହ ଦାସୀ ମଧ୍ୟେ ରାଧା ତ ଜଣେ
ଶହ-ଶହ ମାଆ ମଧ୍ୟେ ମୁଁ ପରା ଜଣେ
ଏ ଜନମେ ଦେଲୁ ସିନା ମୋତେ ତୁ ଠକି
ଆର ଜନମେ ନିଶ୍ଚେ ହେବି ଦେବକୀ

ସହିବି ପଛେ ଦୁଃଖ ଦହନ
ଭୋଗିବି ପଛେ କାରା ବରଣ

ହେଲେ ତତେ କରିବି ମୋ କୂଳ-ନନ୍ଦନ, ନନ୍ଦନ, ନନ୍ଦନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ

ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ

ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ତୁ ପରା ମୋ ହୃଦର ଚନ୍ଦନ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link