Prema Barsha Hoye

ତୁ ମେଘ ରାଜାର ବିଜୁଳି ରାଣୀ
ଆ ଲେଖିବା ଆମେ ପ୍ରେମ କାହାଣୀ
ତୁ ମେଘ ରାଇଜର ରାଜକୁମାର
ତୋ ପାଖରେ ବନ୍ଧା ଜୀବନ ଡୋର

ସାତ ମେଘର ରାଇଜ ଡେଇଁ ଆସିଛୁ ତୁ ପ୍ରିୟା ମୋର
ମନ ରାଇଜର ନିଲାମ କରି ଧରିଲୁ ଲଗାମ ଡୋର

ଯେବେ ତୁ ଆସୁ ମନ ମେଘୁଆ ହୁଏ

ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ
ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ

ହୋ, ତତେ ପାଖରେ ପାଇଲେ ପ୍ରିୟା ପାଇଯାଏ ସବୁକିଛି
ହସ ତୋର ମୁଁ ଦେଖିଦେଲେ ଲୋଡ଼ା ନାହିଁ ଆଉ କିଛି
ତୁ ଅଦିନରେ ଇନ୍ଦ୍ରଧନୁ ଟାଣିଦେଇ ମନେ ମୋର
ପକ୍ଷୀରାଜ ଘୋଡ଼ା ଚଢ଼ି ମନ ନେଇଗଲୁ ମୋର

ଋତୁରାଣୀ ତୁ ଓଢଣୀ ଟାଣି ନାଚିଲେ ଗୀତର ସୁରେ
ଭସା ବାଦଲ ମୁଁ ଅଟକି ଯାଏ ଛୁଇଁବାକୁ ତତେ ଥରେ

ଯେବେ ତୁ ଗାଉ ମନ ମେଘୁଆ ହୁଏ

ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ
ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ

ହୋ, ଆଖି କଥାକୁ ବୁଝିଲା ଆଖି, ହେଇଗଲା ଧୀରେ ପ୍ରେମ
ସବୁ ଭୁଲିକି ତତେ ଝୁରିଲି, ହେଲି ମିଛେ ବଦନାମ
ହୋ, ଦୂରେ ପ୍ରିୟା ମୁଁ ପାରୁନି ରହି, ନେଇଯିବି ସଵାରୀରେ
ବୋହୂ ସାଜିବୁ, କନିଆ ହବୁ, ଚାଲିବୁ ତୁ ଓଢଣୀରେ

ଦୁଇ ମନର ଅମର ପ୍ରେମ ହୋଇବ ଦିନେ ସତ
ସାତ ଜନମ ସାଥିରେ ଥିବା, ଗାଇବା ପ୍ରେମର ଗୀତ

ଯେବେ ତୁ ହସୁ ପ୍ରେମ ମହକିଯାଏ

ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ
ତୋ ମୋ ଆଖି ମିଶି ପ୍ରେମ ବର୍ଷା ହୁଏ



Credits
Writer(s): Ricky Mishra, Subrat Jena
Lyrics powered by www.musixmatch.com

Link