Amaku Ashisa Diya He Gananayaka

ସକଳ କାର୍ଯ୍ୟର ଆରମ୍ଭ ତୁମେ
ବିଦ୍ୟା, ବୁଦ୍ଧି, ଶୁଭ ଦାୟକ ତୁମେ
(ସକଳ କାର୍ଯ୍ୟର ଆରମ୍ଭ ତୁମେ)
(ବିଦ୍ୟା, ବୁଦ୍ଧି, ଶୁଭ ଦାୟକ ତୁମେ)

ସରଗ ରାଇଜ ଛାଡ଼ି, ମୂଷିକ ବାହନ ଚଢ଼ି
ବରଷକେ ଥରେ ପ୍ରଭୁ ଆସିଛ ପୁଣି ବାହୁଡ଼ି
(ସରଗ ରାଇଜ ଛାଡ଼ି, ମୂଷିକ ବାହନ ଚଢ଼ି)
(ବରଷକେ ଥରେ ପ୍ରଭୁ ଆସିଛ ପୁଣି ବାହୁଡ଼ି)

ବିଘ୍ନକୁ ବିନାଶୀ, ତୁଣ୍ଡେ ଦବା ପାଇଁ ସୁଖ

ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ
(ଜୟ ଜୟ ଗଣପତି ସିଦ୍ଧି ବିନାୟକ)
(ଆମକୁ ଆଶିଷ ଦିଅ, ହେ ଗଣ ନାୟକ)

କପାଳେ ସିନ୍ଦୁର ଚନ୍ଦନ ଚିତା
ଶ୍ରୀଅଙ୍ଗରେ ଶୋଭା ସ୍ଵର୍ଣ୍ଣ ପଇତା
ତୁମରି ନାମଟି ମଙ୍ଗଳମୟ
ଏ ଜଗତ ଜାଣେ ତୁମରି କଥା

ହଁ, କପାଳେ ସିନ୍ଦୁର ଚନ୍ଦନ ଚିତା
ଶ୍ରୀଅଙ୍ଗରେ ଶୋଭା ସ୍ଵର୍ଣ୍ଣ ପଇତା
ତୁମରି ନାମଟି ମଙ୍ଗଳମୟ
ଏ ଜଗତ ଜାଣେ ତୁମରି କଥା

କୁନି ଠାକୁରଟେ ହେଇ, ଜ୍ଞାନର ଗଣ୍ଠୁଲି ନେଇ
ମାଟିର ପ୍ରତିମା ରୂପେ ଆସିଅଛ ଆମ ପାଇଁ
(କୁନି ଠାକୁରଟେ ହେଇ, ଜ୍ଞାନର ଗଣ୍ଠୁଲି ନେଇ)
(ମାଟିର ପ୍ରତିମା ରୂପେ ଆସିଅଛ ଆମ ପାଇଁ)

ତୁମରି ପାଇଁକି ହସେ ଆଜି ମର୍ତ୍ତ୍ୟଲୋକ

ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ
(ଜୟ ଜୟ ଗଣପତି ସିଦ୍ଧି ବିନାୟକ)
(ଆମକୁ ଆଶିଷ ଦିଅ, ହେ ଗଣ ନାୟକ)

ହାତରେ ଧରିଚ ଲେଖନୀ ପୋଥି
ମହାଜ୍ଞାନୀ ତମେ, ହେ ଗଣପତି
ଲେଖିଦେଇ ତୁମେ ମହାଭାରତ
ବ୍ୟାସଦେବ ମନ ପାରିଲ ଜିତି

ହୋ, ହାତରେ ଧରିଚ ଲେଖନୀ ପୋଥି
ମହାଜ୍ଞାନୀ ତମେ, ହେ ଗଣପତି
ଲେଖିଦେଇ ତୁମେ ମହାଭାରତ
ବ୍ୟାସଦେବ ମନ ପାରିଲ ଜିତି

ସୂର୍ଯ୍ୟକୋଟି ସମପ୍ରଭ, ଦେଖିଦେଲେ ବଢେ ଲୋଭ
ସର୍ବ ଦେବତାଙ୍କ ପ୍ରିୟ, ତୁମ ପରି କିଏ ହବ
(ସୂର୍ଯ୍ୟକୋଟି ସମପ୍ରଭ, ଦେଖିଦେଲେ ବଢେ ଲୋଭ)
(ସର୍ବ ଦେବତାଙ୍କ ପ୍ରିୟ, ତୁମ ପରି କିଏ ହବ)

ତୁମକୁ ଭଜିଲେ ରହେ ନାହିଁ କେହି ମୂର୍ଖ

ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ
ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ

ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ
ଜୟ ଜୟ ଗଣପତି ସିଦ୍ଧି ବିନାୟକ
ଆମକୁ ଆଶିଷ ଦିଅ, ହେ ଗଣ ନାୟକ



Credits
Writer(s): Malaya Mishra
Lyrics powered by www.musixmatch.com

Link