Nuaa Kala Jhanha

ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା

ଶଙ୍ଖା ସିନ୍ଦୁର, ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା
ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା

ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା
ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା
ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା

ଆତ୍ମା ଯେମିତି ଘଟ ବଦଳାଏ
ଆମ୍ବା ଯେମିତି ଘଟ ବଦଳାଏ
ଏଇ ସଂସାରେ ପ୍ରାଣୀ ମଲାପରେ
ବ୍ରହ୍ମ ସେମିତି ଦାରୁ ବଦଳାଏ
ଯୋଡ଼ା ଆଷାଢ଼ରେ ନବକଳେବରେ

ଆତ୍ମା ଯେମିତି ଘଟ ବଦଳାଏ
ଏଇ ସଂସାରେ ପ୍ରାଣୀ ମଲାପରେ
ବ୍ରହ୍ମ ସେମିତି ଦାରୁ ବଦଳାଏ
ଯୋଡ଼ା ଆଷାଢ଼ରେ ନବକଳେବରେ

ନୂଆ ଯୋଡ଼ି ବେତ ନହକିଲା
ନୂଆ ଯୋଡ଼ି ବେତ ନହକିଲା
ନୂଆ ଯୋଡ଼ି ବେତ ନହକିଲା
ନୂଆ ଯୋଡ଼ି ବେତ ନହକିଲା

ନବ ଯୌବନ, ନବ ଯୌବନ କର ଲୋ ଦର୍ଶନ
ଚନ୍ଦନ ପୁଣି ମହକିଲା
ନବ ଯୌବନ କର ଲୋ ଦର୍ଶନ
ଚନ୍ଦନ ପୁଣି ମହକିଲା
ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା

ପୁରୁଣା ହୁଏ ଯେବେ ପିନ୍ଧା ଲୁଗା
ପୁରୁଣା ହୁଏ ଯେବେ ପିନ୍ଧା ଲୁଗା
ପୁଣି ନୂଆ ଲୁଗା ଖୋଜେ ଏଇ ଦେହ
ଚିର ନୂତନ ପ୍ରଭୁ ଜଗନ୍ନାଥ
ନବକଳେବର ନୂଆ କଥା ନୁହଁ

ପୁରୁଣା ହୁଏ ଯେବେ ପିନ୍ଧା ଲୁଗା
ପୁଣି ନୂଆ ଲୁଗା ଖୋଜେ ଏଇ ଦେହ
ଚିର ନୂତନ ପ୍ରଭୁ ଜଗନ୍ନାଥ
ନବକଳେବର ନୂଆ କଥା ନୁହଁ

ନୂଆ ଭାବ ଡୋରି ଲଗାଇଲା
ନୂଆ ଭାବ ଡୋରି ଲଗାଇଲା
ନୂଆ ଭାବ ଡୋରି ଲଗାଇଲା
ନୂଆ ଭାବ ଡୋରି ଲଗାଇଲା

ମନ ରସିଆ, ମନ ରସିଆ ସେ ଭାବ ବିନୋଦିଆ
ମନକୁ ପୁଣି ମୋହିନେଲା
ମନ ରସିଆ ସେ ଭାବ ବିନୋଦିଆ
ମନକୁ ପୁଣି ମୋହିନେଲା

ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା
ନୂଆ କଳାଜହ୍ନ ଚହଟିଲା

ଶଙ୍ଖା ସିନ୍ଦୂର, ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା
ଶଙ୍ଖା ସିନ୍ଦୁର ନାଆଲୋ ଦେବଦାସୀ
କାଳିଆ ପୁଣି ଲେଉଟିଲା
ନବ ଯୌବନ କର ଲୋ ଦର୍ଶନ
ଚନ୍ଦନ ପୁଣି ମହକିଲା
ମନ ରସିଆ ସେ ଭାବ ବିନୋଦିଆ
ମନକୁ ପୁଣି ମୋହିନେଲା



Credits
Writer(s): Saroj Nanda, Alekh Bishwal, Kalptaru Bal, Smita Silpee Tripathy
Lyrics powered by www.musixmatch.com

Link