Megha Barsila

ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା
କେଉଁ ରାଇଜେ ରହିଲେ ମୋ ରଜା?
କେଉଁ ରାଇଜେ ରହିଲେ ମୋ ରଜା?
ତେଲିଙ୍ଗୀ ବାଇଦ ବଜା

ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା

ତୁ ମେଘ ମୁଁ ଜେ ବିଜୁଳି
ମୁଁ ପକ୍ଷୀ ତୁ ମୋ ଶିକୁଳି
ଓ. ମୁଁଯେ ଫୁଲ ତୁ ଅଳି
ତୁ ବେଣୁ ମୁଁଯେ ତା ସୁର
ମୁଁ ନଦୀ ତୁହି ସାଗର

ଆରେ ଅବୁଝା...
ମୁଁ ତୋର ରାଣୀ ଆହା ତୁହି ମୋ ରଜା

ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା

କା'ଲାଗି ଆଜି ବରଷା?
କାହିଁକି ମୋର ଏ ତୃଷା?
ହୋ. କିଏ ମୋର ଭରଷା?
କା' ଲାଗି ଝୁରେ ମୋ ମନ?
କାହାକୁ ଦେଖେ ସପନ?

ଆରେ ଅବୁଝା.
କିଏ ଦୁନିଆ? କାହା ଲାଗି ଏ ପୂଜା?

ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା

କେଉଁ ରାଇଜେ ରହିଲେ ମୋ ରଜା?
କେଉଁ ରାଇଜେ ରହିଲେ ମୋ ରଜା?
ତେଲିଙ୍ଗୀ ବାଇଦ ବଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା



Credits
Writer(s): Subhash Dash
Lyrics powered by www.musixmatch.com

Link