Kalia Mora

କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ
ଷାଠିଏ ପଉଟି ଖାଇରେ, ଷାଠିଏ ପଉଟି ଖାଇ

ବୋଧ ଅବତାରେ ଦୁଇ ବାହୁ ଟେକି
ବସିଛି ସେ ନୀଳାଚଳେ ରେ

କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ

ବାରହାତ ଖଣ୍ଡା ଧରି
ମ୍ଲେଛ ସଂହାରେ ଯିବେ ବାହାରି
ସାତଦିନ ସାତରାତି
ହେବ ଚଟିଆ ରେ ପୂଜା ନିତି

ତୁଳହେ ଯେତେ ସାଧୁ, ସୃଜନ
ତା ପଦରେ ଏବେ ଯାଓ ସରଣ
ରଖିବ ସେ ବାହୁ ତଳେ ରେ

କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ

ମାଳିକା ବଚନେ ଲେଖା
ଆଜି ପ୍ରତ୍ୟକ୍ଷେ ହୋଇଛି ଦେଖା
ଚାନ୍ଦୁଆ ଜଳିଲା ତାର
ବଡ଼ ଦେଉଳୁ ଖସେ ପଥର

କଳିଯୁଗ ହୋଇ ଆସିଲା ଶେଷ
ଏ ତ ତାହାର ଆଦ୍ୟ ପ୍ରକାଶ
ତାପ ନାସିବ ଏ ଧରା ରେ

କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ

ଷାଠିଏ ପଉଟି ଖାଇରେ, ଷାଠିଏ ପଉଟି ଖାଇ

ବୋଧ ଅବତାରେ ଦୁଇ ବାହୁ ଟେକି
ବସିଛି ସେ ନୀଳାଚଳେ ରେ

କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ
କାଳିଆ ବସିଛି ବଡ଼ ଦେଉଳେ



Credits
Writer(s): Ramesh
Lyrics powered by www.musixmatch.com

Link