Kaalia Re Tote Chahi

କଳିଆରେ ତୋତେ ଚାହିଁଦେଲେ
କଳିଆରେ ତୋତେ ଚାହିଁଦେଲେ-ଚାହିଁଦେଲେ

ପଦମ ଫୁଟେ ଗଭାରେ ମୋର
ପଦମ ଫୁଟେ ଗଭାରେ ମୋର
କଳିଆରେ ତୋତେ ଛୁଇଁ ଦେଲେ
କଳିଆରେ ତୋତେ ଛୁଇଁଦେଲେ-ଛୁଇଁଦେଲେ

ଚନ୍ଦନ ଲାଗେ ସିଂଥି ମୋର (ହାଏ ଲୋ)
ଚନ୍ଦନ ଲାଗେ ସିଂଥି ମୋର
ରେ କଳା ଠାକୁର
ତୁ କଳାଯାଦୁଗର

ଶ୍ରୀମନ୍ଦିର ଚାରିପାଖେ
ଖୋଲିଛୁ ଚାରି ଦୁଆର
ମୁଁ କୋଉ ବାଟେ ଯିବି କହ
କହିବାକୁ ଦୁଃଖ ମୋର
(ହାଏ ଲୋ, ହାଏ ଲୋ)

ତୋ ପାଦରେ ବିକିଛି ମୁଁ
ମନ ମୋର, ପ୍ରାଣ ମୋର
କେହି କାହିଁ ବୁଝେନାହିଁ ମୋର
ଖୋଜା ହୁଏ ଶାଶୁ ଘର
କଳିଆରେ ତତେ ଭାବିଦେଲେ
କଳିଆରେ ତତେ ଭାବିଦେଲେ-ଭାବିଦେଲେ

ଦୟଣା ଝରେ ଶେଯରେ ମୋର (ହାଏ ଲୋ)
ଦୟଣା ଝରେ ଶେଯରେ ମୋର
ରେ କଳା ଠାକୁର
ତୁ କଳାଯାଦୁଗର

ତୋ ଛଡା ଜୀବନରେ ପାଇନି ଭଲ କାହାକୁ
ପାଟ ଶାଢ଼ି, ଶଙ୍ଖା ଚୁଡ଼ି
ପିନ୍ଧିବି କାଇଁ ନାଆକୁ
(ହାଏ ଲୋ, ହାଏ ଲୋ)

ଝିଅପରା ଝିଅ ନୁହଁ
ନବସିଲେ ସବାରୀରେ
ମୁଁ କୋକେଇର ସବାରୀରେ
ଯିବି ତୋ ସର୍ଗ ଦୁଆରେ
କଳିଆରେ ତତେ ଡାକିଦେଲେ
କଳିଆରେ ତତେ ଡାକିଦେଲେ-ଡାକିଦେଲେ

ନିର୍ମାଲ୍ୟ ପଡେ ତୁଣ୍ତରେ ମୋର (ହାଏ ଲୋ)
ନିର୍ମାଲ୍ୟ ପଡେ ତୁଣ୍ଡରେ ମୋର
ରେ କଳା ଠାକୁର
ତୁ କଳାଯାଦୁଗର
ତୁ କଳାଯାଦୁଗର
ତୁ କଳାଯାଦୁଗର



Credits
Writer(s): Malay Mishra, Ganeswar Mohapatra
Lyrics powered by www.musixmatch.com

Link