Sabu Sukha Sabu Punya

ସବୁ ସୁଖ, ସବୁ ପୁଣ୍ୟ
ସବୁ ଦାନ ଯଉଠି
ମା ତାରିଣୀ ସେଇଠି, ମା ତାରିଣୀ ସେଇଠି

ହଁ, ସବୁ ଭାବ, ସବୁ ଲାଭ
ସବୁ ସୁଖ ଯଉଠି

ମା ତାରିଣୀ ସେଇଠି, ମା ତାରିଣୀ ସେଇଠି
ହୋ-ହୋ-ହୋ, ମା ତାରିଣୀ ସେଇଠି

ଦୁନିଆ ର ସବୁ ମାଆ
ସେନେହ, ଶରଧା ଆଉ କରୁଣା ନେଇ
ପାପୀ ହଉ ତପି ହଉ
ତାରୁଛି ଘଟଗାଁ ରେ ତାରିଣୀ ହୋଇ

ହଁ, କାନେ ତାର ପଡ଼ିଗଲେ
ଥରୁଟିଏ ଭକତର ଦୁଃଖ ଶବଦ
କୋଳ ରେ କୋଳେଇ ନିଏ
ଘୁଞ୍ଚିଯାଏ ସବୁ ଦୁଃଖ ସବୁ ବିପଦ

ସବୁ ଶ୍ରଦ୍ଧା, ସବୁ ହସ
ସବୁ ଶାନ୍ତି ଯଉଠି

ମା ତାରିଣୀ ସେଇଠି, ମା ତାରିଣୀ ସେଇଠି

ହଁ, ତୋ ବିନା ଏ ଜୀବନ
ଲାଗେ ଖାଲି କଣ୍ଟା-କଣ୍ଟା, ଲାଗେ ଅଧୁରା
ମିଛ-ମିଛ ଲାଗେ ପୁଣି
ଦାନ ଧର୍ମ ଏ ସଂସାର ସୁଖପସରା

ହୋ, ଦୁନିଆ ଟା ମରୁବାଲି
ମା ର କରୁଣା ଏକା ଉଛୁଳା ଗଙ୍ଗା
ଭସେଇ ଦେ ହବୁ ଧନ୍ୟ
କରୁଣା ଗଙ୍ଗା ରେ ତୋ ଜୀବନ ଡ଼ଙ୍ଗା

ସବୁ ଖୁସି, ସବୁ ଧର୍ମ
ସବୁ ଆଶା ଯଉଠି

ହାଁ, ମା ତାରିଣୀ ସେଇଠି
ହେ, ମା ତାରିଣୀ ସେଇଠି
ହଁ, ମା ତାରିଣୀ ସେଇଠି



Credits
Writer(s): Bidyadhara, Tyagi Tirupati
Lyrics powered by www.musixmatch.com

Link