Aahe Nila Sreela

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ

ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଷି, ନକ୍ର ନାଶି
ଚକ୍ର ପେଷି, ନକ୍ର ନାଶି
ଉଦ୍ଧାରିଲ ଆପଣ
ଆହେ ନୀଳ ଶଇଳ

କୁରୁପତି ସଭା ସ୍ତଳେ ଶୁଣି ଦୌପଦୀର ଜଣାଣ
କୁରୁପତି ସଭା ସ୍ତଳେ ଶୁଣି ଦୌପଦୀର ଜଣାଣ
ତ୍ରାହିମାମ୍, ତ୍ରାହିମାମ୍
ତ୍ରାହିମାମ୍, ତ୍ରାହିମାମ୍
ତ୍ରାହିମାମ୍, ତ୍ରାହିମାମ୍
ତ୍ରାହିମାମ୍, ତ୍ରାହିମାମ୍
ତ୍ରାହିମାମ୍

କୁରୁପତି ସଭା ସ୍ତଳେ ଶୁଣି ଦୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ତାର
କୋଟି ବସ୍ତ୍ର ଦେଇ ତାର
ଲଜ୍ଜା କଲ ବାରଣ
ଆହେ ନୀଳ ଶଇଳ

ଘୋର ବନେ ମୃଗୁଣୀକୁ ପଡ଼ିଥିଲା କଷଣ
ଘୋର ବନେ ମୃଗୁଣୀକୁ
ଘୋର ବନେ ମୃଗୁଣୀକୁ ପଡ଼ିଥିଲା କଷଣ
କେଡେ ବଡ଼ ବିପତ୍ତିରୁ
କେଡେ ବଡ଼ ବିପତ୍ତିରୁ
କରିଅଛ ତାରଣ

ଆହେ ନୀଳ ଶଇଳ
ପ୍ରବଳ ମତ୍ତ ବାରଣ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ

କହେ ସାଲବେଗ ହୀନ ଜାତିରେ ମୁଁ ଯବନ
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
କହେ ସାଲବେଗ ହୀନ ଜାତିରେ ମୁଁ ଯବନ

ଶ୍ରୀରଙ୍ଗା, ଶ୍ରୀରଙ୍ଗା, ଶ୍ରୀରଙ୍ଗା
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ, ଜଣାଣ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ

ଆହେ ନୀଳ ଶଇଳ
ଆହେ ନୀଳ ଶଇଳ
ଆହେ ନୀଳ ଶଇଳ

ଆହେ ନୀଳ ଶଇଳ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ



Credits
Writer(s): Prafulla Kar
Lyrics powered by www.musixmatch.com

Link