Uthilu Ede Begi (Original)

(ଗୋପାଳକୃଷ୍ଣ— ରାଗ କଳିଙ୍ଗଗୌଡ଼ା, ଏକତାଳି)
ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ
ଦଧି ମନ୍ଥାଇ ଦେବୁ ନାହିଁକିରେ । ଘୋଷା ।

ଦେହ ପାଶୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ
ବିଟୋଳ ହେଲୁ ମୋର ପାଇଁକିରେ । ୧ ।

ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ
ଶୁଆଇ ଦେବି ଗୀତ ଗାଇକିରେ । ୨ ।

ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ
ଛାଡ଼ ଦେଉଛି ସର ଖୋଇକିରେ । ୩ ।

ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ
ଡାକ ଯା ବଳରାମ ଭାଇକିରେ । ୪ ।

ପଣନ୍ତରେ ବଦନ ପୋଛି ଦେଲେ ଚୁମ୍ବନ
ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କିରେ । ୮ ।



Credits
Writer(s): Balkrishna Das
Lyrics powered by www.musixmatch.com

Link