Kemiti Kahibi Kete

ହେ, ହେ-ହେ-ହେ, ଲାଲା-ଲା
ହେ, ହେ-ହେ-ହେ, ଲାଲା-ଲା

କେମିତି କହିବି କେତେ ମୁଁ ଲୁଚାଏ?
ଯେତେ ଲୁଚେଇଲେ ବି ଆଖି ପଢ଼ିନିଏ
କେମିତି କହିବି କେତେ ମୁଁ ଲୁଚାଏ?
ଯେତେ ଲୁଚେଇଲେ ବି ଆଖି ପଢ଼ିନିଏ

ମୁଁ ଏକା ଏକା ବସି ତୋ କଥା ଭାବୁଥାଏ
ତୋ କଥା ଭାବି ଭାବି ନିଜକୁ ମୁଁ ଭୁଲିଯାଏ

You're made for me baby
ମୁଁ ତତେ ଭଲପାଏ
You're made for me baby
ମୁଁ ତତେ ଭଲପାଏ

କହି ବି ପାରେନା, ସହି ମୁଁ ପାରେନା
ତୋ ବିନା ଏକା ଏକା ରହି ମୁଁ ପାରେନା
ଲୁଚି ଲୁଚି ତତେ ଦେଖୁଥାଏ ସିନା
ତୋ ଆଖିର ଈଶାରା ବୁଝି ମୁଁ ପାରେନା

ତୋ ମିଠା ମିଠା ବାସ୍ନାରେ ମୋ ମନ ହଜିଯାଏ
ଦିନ ରାତି ମନ ମୋର ତତେ ଖୋଜୁଥାଏ

You're made for me baby
ମୁଁ ତତେ ଭଲପାଏ
You're made for me baby
ମୁଁ ତତେ ଭଲପାଏ

ଏ ମନ ମାନେନା, ଏ ମନ ବୁଝେନା
ଭଲପାଏ ତତେ ମୁଁ କାହିଁକି ଜାଣେନା?
ନଦେଖିଲେ ତତେ ରହି ଯେ ପାରେନା
ଦେଖାହେବା ପାଇଁ କେତେ ଖୋଜେ ମୁଁ ବାହାନା

ତୋ ଆଖି ମୋ ଆଖିରେ ଯେବେ ମିଶିଯାଏ
ସାତ ସୁରେ ଗାଏ ମନ, ସାତ ରଙ୍ଗେ ଭିଜିଯାଏ

You're made for me baby
ମୁଁ ତତେ ଭଲପାଏ
You're made for me baby
ମୁଁ ତତେ ଭଲପାଏ



Credits
Writer(s): Biswa Ranjan
Lyrics powered by www.musixmatch.com

Link