Keon Nama Dhari

କେଉଁ ନାମ ଧରି ଡାକିବୁ ତୁମକୁ?
ତୁମେଯେ ସର୍ବନାମ
କେଉଁ ନାମ ଧରି ଡାକିବୁ ତୁମକୁ?
ତୁମେଯେ ସର୍ବନାମ
କେଉଁ ନାମ ଧରି

ଆଲୋକ ତୁମକୁ ନପାରେ ଦେଖାଇ
ଆଲୋକ ତୁମକୁ ନପାରେ ଦେଖାଇ
ତୁମେ ଯେ ଦେଖାଅ ତାହାରେ

ତୁମେ ଯେ ବେଢ଼ିଛ କୋଟି ବିଶ୍ୱର
ତୁମେ ଯେ ବେଢ଼ିଛ କୋଟି ବିଶ୍ୱର
ସବୁରି ଭିତରେ ବାହାରେ
ସକଳ ପରାଳ ଝୁରଇ ତୁମକୁ
ତୁମେ ଯେ ବିଶ୍ୱ ପ୍ରାଣ
କେଉଁ ନାମ ଧରି

ଲୁହ ହୋଇ ତୁମେ ଝରିପଡ଼ ପରା
କେତେ ନୟନର କୋଣରୁ

ହସ ହୋଇ ପୁଣି ଫୁଲ ପରି ଫୁଟ
ହସ ହୋଇ ପୁଣି ଫୁଲ ପରି ଫୁଟ
କେତେ ଯେ ନରମ ଅଧରୁ
ସବୁରି ଅନ୍ତରେ ଭରି ଦିଅ ପ୍ରଭୁ
ତୁମଯେ ଅମୃତ ପ୍ରେମ
କେଉଁ ନାମ ଧରି ଡାକିବୁ ତୁମକୁ?
ତୁମେଯେ ସର୍ବନାମ
କେଉଁ ନାମ ଧରି



Credits
Writer(s): Prafulla Kar, Kalindi Charan Panigrahi
Lyrics powered by www.musixmatch.com

Link