Bhala Pae Boli

ଭଲପାଏ ବୋଲି ତତେ କହି ମୁଁ ପାରୁନି
ଭଲ ପାଇବାର ଇଏ କେମିତି କାହାଣୀ
ଭଲପାଏ ବୋଲି ତତେ କହି ମୁଁ ପାରୁନି
ଭଲ ପାଇବାର ଇଏ କେମିତି କାହାଣୀ

ମୋତେ ରଙ୍ଗ ଦେଲୁ
ମୋତେ ସ୍ବପ୍ନ ଦେଲୁ
ମୋତେ ରାଜା କଲୁ, ନିଜେ ରାଣୀ ହେଲୁ
ଗଢିଦେଇ ଭାଙ୍ଗିଦେଲୁ କାହିଁକି କେଜାଣି?
କାହିଁକି କେଜାଣି?

ଭଲପାଇ ତତେ ଯାହା ମୁଁ କରିଛି
ଚୁପ ଚୁପ ଚୋରି ଚୋରି
ଭଲ ପାଇବାର ସୀମାକୁ ମୁଁ ଡେଇଁ
ଯାଇନି କେବେ ବାହାରି

ସାଥେ ଚାଲିବାକୁ
ମୋତେ କଥା ଦେଲୁ
ସାଥେ ରହିବାକୁ
ମୋତେ ଆଶା ଦେଲୁ
କଥା ଦେଇ ଭୁଲିଗଲୁ କାହିଁକି କେଜାଣି?
କାହିଁକି କେଜାଣି?

ନିଜ ଲୋକ ପାଇଁ
ଜୀବନରୁ ତୋର ଆସିଲି ମୁଁ ବାହାରି
ନିଜର ବୋଲି ମୁଁ ଭାବିଦେଲି ବୋଲି
ମୋ କଥା ଗଲା ସରି

ମନ କଥା ମୋର କହି ପାରିଲିନି
ଏତେ ପାଖେ ଥାଇ ବୁଝି ପାରିଲିନି
ଭାଙ୍ଗିଗଲା ସବୁ ସ୍ବପ୍ନ କେମିତି କେଜାଣି?
କେମିତି କେଜାଣି?



Credits
Writer(s): Srikant Gautam, Manmath Mishra
Lyrics powered by www.musixmatch.com

Link