To Aakhire Mun Mo Aakhire Tu

ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ

ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ

ଏଇ ରାତି ପହିଯିବ
ଏଇ ଋତୁ ବଦଳିବ
ହେଲେ ମୋ ଗୀତରେ ଗୁଣୁ-ଗୁଣୁ
ହଁ, ମୋ ଗୀତରେ ଗୁଣୁଗୁଣୁ-ଗୁଣୁଗୁଣୁ

ହୋ, ମୋ ଗୀତରେ ଗୁଣୁ-ଗୁଣୁ ହଉଥିବୁ ତୁ (ହଉଥିବୁ ତୁ)

ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ

ନି-ନି-ସାସା-ସାସା-ଗାରେ
ନି-ନି-ସାସା-ସାସା-ରେସା
ନି-ନି-ସାସା-ସାସା-ଗାରେ
ନି-ନି, ପାନି-ସାରେ-ନିସା, ପାନି-ସାରେ-ନିସା (ପାନି-ସାରେ-ନିସା)

ଟିକି-ଟିକି ମୋର ଟିକି-ଟିକି ଆଶା
ଚୁମା-ଚୁମା ସ୍ବପ୍ନ, ଝୁମା-ଝୁମା ନିଶା
ହେ, ଟିକି-ଟିକି ମୋର ଟିକି-ଟିକି ଆଶା
ଚୁମା-ଚୁମା ସ୍ବପ୍ନ, ଝୁମା-ଝୁମା ନିଶା

ଦୂରେ-ଦୂରେ ବହୁଦୂରେ ଋତୁ ଅଗଣାରେ
ସୁରେ-ସୁରେ ଗୀତ ସୁରେ ହଜିଯାଏ ମୁଁ ରେ
ପବନର ହାତ ଧରି, ଆସୁଥିବି ଫେରି-ଫେରି

ମୋ ପାଉଁଜି ରୁଣୁଝୁଣୁ
ହଁ, ମୋ ପାଉଁଜି ରୁଣୁଝୁଣୁ-ରୁଣୁଝୁଣୁ

ହୋ, ମୋ ପାଉଁଜି ରୁଣୁଝୁଣୁ ଶୁଣୁଥିବୁ ତୁ (ଶୁଣୁଥିବୁ ତୁ)

ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ

ଗୀତ ମୋର ସେତ କୁଳୁକୁଳୁ ନଈ
ବିଲ, ବଣ ଡେ଼ଇଁ ଯାଏ ବହି-ବହି
ହାଁ, ଗୀତ ମୋର ସେତ କୁଳୁ-କୁଳୁ ନଈ
ବିଲ, ବଣ ଡେ଼ଇଁ ଯାଏ ବହି-ବହି

ଦୁଇ କୂଳେ ଫୁଟେ ତାର କେତେ ଜାତି ଫୁଲ
ସେଇ ଫୁଲ ସୁରଭିରେ ଲେଖା ନାଁ ମୋର
ଫୁଲ ସିନା ଝରିଯିବ, ନଇଁ ସିନା ଶୁଖିଯିବ

ତୋ ବାଟରେ ଝର-ଝର
ହଁ, ତୋ ବାଟରେ ଝରଝର-ଝରଝର

ହୋ, ତୋ ବାଟରେ ଝର-ଝର ଝରୁଥିବି ମୁଁ (ଝରୁଥିବି ମୁଁ)

ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଓଠରେ ମୁଁ, ମୋ ଓଠରେ ତୁ



Credits
Writer(s): Das Bikash, Malla Kumar
Lyrics powered by www.musixmatch.com

Link