Dhali Dia

ଢ଼ାଳିଦିଅ ସାରା ଧରଣୀରେ ଆଜି
ତୁମରି ଆଶିଷ ଧାରା
ଅନ୍ଧାର ମନେ, କଣ୍ଟକ ବନେ
ଦିଅ ଆଲୋକର ଇସାରା

ତୁମେ ତ ଅସୀମ ଆକାଶର ସମ
ସଂସାରେ ତୁମ ରୂପ ଅନୁପମ
ଦେଖିନି ଯା ପାଖେ ମନେ ଅଛି ଲାଖି
ମନ ସରବରେ ଛାୟା ତା'ର ଲେଖି

ଆକାଶର ସେଇ ଶୂନ୍ୟତା ସାଥେ
ମିଶାଇ ମୋ ମନ ପରା
ଢ଼ାଳିଦିଅ ସାରା

ଅନ୍ଧ ମୁଁ ଯଦି ବାଟ ଯାଏ ଭୁଲି
ଚଳାଇ ନିଅ ହେ ହାତ ମୋର ଧରି
ଆଜି ଏ ଧରାରେ ଅବସାଦ ଘେରେ
ତୁମରି ମୂର୍ଚ୍ଛନା ଖେଳୁ ମୋ ଅନ୍ତରେ

ଆହରହ ତୁମେ ପାଶେ ପାଶେ ରହ
ତୁମେ ମୋ ଦିଗର ତାରା
ଢ଼ାଳିଦିଅ ସାରା ଧରଣୀରେ ଆଜି
ତୁମରି ଆଶିଷ ଧାରା
ଅନ୍ଧାର ମନେ, କଣ୍ଟକ ବନେ
ଦିଅ ଆଲୋକର ଇସାରା
ଢ଼ାଳିଦିଅ ସାରା ଧରଣୀରେ ଆଜି
ତୁମରି ଆଶିଷ ଧାରା



Credits
Writer(s): Prafulla Kar
Lyrics powered by www.musixmatch.com

Link