Tu Pakhite Hele

ତୁ ପକ୍ଷୀଟେ ହେଲେ ମୁଁ ପବନ ହେବି
ତୁ ଆଖିଟେ ହେଲେ ମୁଁ ସପନ ହେବି
ତୁ ପକ୍ଷୀଟେ ହେଲେ ମୁଁ ପବନ ହେବି
ତୁ ଆଖିଟେ ହେଲେ ମୁଁ ସପନ ହେବି

ତୋ'ପାଇଁ ବଞ୍ଚିବି, ତୋ ପାଇଁ ମରିବି
ସବୁ ଜନମରେ ତୋ'ରି ସାଥିରେ

ଛାଇପରି ରହିଥିବି
ହୋ-ହୋ, ଛାଇପରି ରହିଥିବି

କାଗଜ ଡଙ୍ଗାରେ ବସି ଆମେ ନଈ ପାରି ହେବା
ବାଲିଘର ଗଢୁ-ଗଢୁ, ଘରଟେ ତୋଳିବା
ହୋ, ଗୋଟିଏ ପକ୍ଷୀର ଆମେ ଦୁହେଁ ହବା ଦୁଇ ଡେଣା
କୁଟା, କାଠି ନିଡ଼ ହବ ଆମରି ଠିକଣା

ତୋ ସାଥେ ହସିବି, ତୋ ସାଥେ ଋଷିବି
ପ୍ରତି ମୁହୂର୍ତ୍ତରେ ହସରେ, ଲୁହରେ

ଛାଇପରି ରହିଥିବି
ହୋ-ହୋ, ଛାଇପରି ରହିଥିବି

ଫୁଲ ପାଖୁଡ଼ାରେ ଆମେ ହେବା ଦିଟୋପା କାକର
ସକାଳକୁ ବାସୁଥିବା ଅତର ଅତର
ହୋ, ଆଖି ତଳେ ଥିବ ସ୍ୱପ୍ନ ଆଉ ଛାତିତଳେ ଗୀତ
ଅଢ଼େଇ-ଅକ୍ଷର ପ୍ରେମ ହବ ଆମ ସତ

ତୋ ସାଥେ ସମ୍ପର୍କ ନୁହେଁ ରେ ଦିନକ
ଯେଉଁଠି ଥିଲେ ତୁ ତୋରି ପାଖରେ

ଛାଇପରି ରହିଥିବି
ହୋ-ହୋ, ଛାଇପରି ରହିଥିବି
ହୋ, ଛାଇପରି ରହିଥିବି
ହୋ-ହୋ, ଛାଇପରି ରହିଥିବି



Credits
Writer(s): P Kumar
Lyrics powered by www.musixmatch.com

Link