Chali Ta Hansini

ଚାଲି ତା ହଂସିନୀ, ମୁଖ ତା ପଦ୍ମିନୀ
ଚାଲି ତା ହଂସିନୀ, ମୁଖ ତା ପଦ୍ମିନୀ
ଲାବଣ୍ୟର ହସ ଶୋହେ
ଭାବିଲେ ତା କଥା ହୃଦୟ ମରୁରେ
ମଳୟ ପବନ ବହେ

ତା ନାଲି ଓଠର କୃଷ୍ଣଚୂଡ଼ା ହସ
ତୃଷାତୁର ପାନ୍ଥ ଅଟେ ସେ ପୀୟୂଷ
ଗୋଟେ ଚାଉଳରେ ଗଢା

ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା

ଇନ୍ଦ୍ରଧନୁର ଈର୍ଷା ବଢ଼ିଯାଏ
ମୋ ପ୍ରିୟାକୁ ଦେଲେ ଦେଖି
ସତେ କି ମୋ ପ୍ରିୟା ସାତ ରଙ୍ଗ ତାର
ଆଣିଛି ତାଠୁ ଛଡେଇ

ଗୋଟିଏ ସୂତାରେ ଗଢା ତା ଶରୀର
କିଏ ହବ ତା ସରି?
ତା'ରି ପରଶେ ଧରାରେ ବରଷେ
ଅଦିନେ ମଳୟ ବହଇ
ଅଦିନେ ମଳୟ ବହଇ

ହରିଣୀ ଆଖିର କରୁଣ ଚାହାଣି
ଚାଲିରେ ଲାଗଇ ସେ ଗଜ-ଗାମିନୀ
ଜହ୍ନ ଆଲୁଅରେ ଖରା

ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା

ଛୁଇଁବାକୁ ଥରେ ଚାହିଁଲେ ଏ ମନ
ଦେହେ ଖେଳେ ଶିହରଣ
ସତେ ଅବା ଲାଗେ କରଳ ଝାଞ୍ଜିରେ
ଖେଳେ ଗହନ କାନନ

ହା, ଷୋହଳ କଳାରେ ଗଢା ତା ସ୍ଵଭାବ
ଗଢା ତା ସୁନ୍ଦର ରୂପ
କେଉଁ ତିଥି-ବାର ଦେଖି ସେ ବିଧାତା
ଗଢି ଥିଲା ତା ରୂପ?
ଗଢି ଥିଲା ତା ରୂପ

କଳ୍ପନାର ସେହି ତାଜମହଲରେ
ଲାଗଇ ସୁନ୍ଦର ବସି ତା ଚୁଡ଼ାରେ
ଗୋଟେ ଚାଉଳରେ ଗଢା

ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା



Credits
Writer(s): P Kumar
Lyrics powered by www.musixmatch.com

Link