Sweet Heart Title (From "Sweet Heart")

ତୋ କଥା କେବେ ମୋତେ ତୁ କହିନୁ ହେଲେ ମୁଁ ପାରିଛି ଶୁଣି
Love you, love you
ତୋଠାରୁ ବେଶି ମୋ କଥା ଭାବିଛୁ ସେଲାଗି ତୋପାଖେ ଋଣୀ

ଏ ଦୁନିଆଁ ଯଦି ତତେ ରୋକିବ ସପନେ ଆସିବୁ ସାଥି ମୋ
ଥକିଯାଇଥିଲେ ଆଖି ବୁଜିବୁ, ଖୁସିରେ ଶୋଇବୁ କୋଳେ ମୋର

Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart

ଜାଣିଛି କେତେ ସହିଛୁ ଏଇ ମୋ ରାଗ, ମୋ ଅଝଟ
ଭଲପାଉ ବୋଲି ଏମିତି କରିନାହୁଁ ତୁ କେବେ ଆକଟ
Love you, love you

ତୋ ଠାରୁ ଦୁରେ ରହିବା ଅଭିନୟଥିଲା ମିଛ ମୋର
ଭାବିନଥିଲି ମୁଁ ସ୍ୱପ୍ନରେ ଧରିଦେବ ଆଖି ତୋର
ମାଗିବିନି ବୋଲି ମୁଁ ଭାବିଥିଲି
ନମାଗି ପାଇଲି ମନ ତୋର
ଜାଣିଚୁ ଆଜି ତୋ ବିନା ମୋର ନାହିଁ ଏମିତି ଆପଣାର

Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart

ମୋ ବାଟ ଥିଲା ଅବାଟ, ଜିଇଁବାର ଆଶା ନଥିଲା
ତତେ ପାଇ ଆଜି କାହିଁକି ମରଣକୁ ଡର ଲାଗିଲା
Love you, love you

ତୋ ପାଇଁ ଗଲି ବଦଳି, ଗଲା ବଦଳି ମୋ ଦୁନିଆଁ
ଆସିଥିଲୁ ସାଜି କୁଣିଆ, କରିଦେଇ କାଇଁ କିମିଆଁ?

ଆଜି ଯଉକଥା ଗପପରି ଲାଗେ
ହବ ଇତିହାସ ସିଏ ଦିନେ
ଏ ଦୁଇ ମନର ଅକୁହା କାହାଣୀ ଲେଖାହବ ପୁଣି ସବୁ ମନେ

Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart



Credits
Writer(s): Goodly Rath, Bapu Goswaami
Lyrics powered by www.musixmatch.com

Link