Aa Tate Mu Sajeidebi

ଆ ତତେ ମୁଁ ସଜେଇ ଦେବି
ସାତରଙ୍ଗି ଗଲା ପରେ
ଆ ତତେ ମୁଁ ରଙ୍ଗେଇ ଦେବି
ସାତରଙ୍ଗି ଫଗୁଣରେ

ତତେ ସାଇତି ରଖିବି, ଲୁଚେଇ ରଖିବି, ମୋ, ହୃଦୟରେ, ହୃଦୟରେ

ଯା ତତେ ମୁଁ ଲୁଚେଇ ଦେବି
ଫୁଲପକା ଓଢ଼ଣୀରେ
ଯା, ଯା ତତେ ମୁଁ ବୁଲେଇ ନେବି
ସପନର ନଈ ଘରେ

ତୋ ପରି ସୁନ୍ଦରୀଟିଏ ଥିଲେ ମୋ ପାଖରେ
ଜହ୍ନରେ ଲାଗିବ ନିଆଁ ପୁନେଇ ରାତିରେ
ତୋ ପରି ସୁନ୍ଦରୀଟିଏ ଥିଲେ ମୋ ପାଖରେ
ଜହ୍ନରେ ଲାଗିବ ନିଆଁ ପୁନେଇ ରାତିରେ

ଆ ତତେ ମୁଁ ଝୁଲେଇ ଦେବି
ମଲ୍ଲିଫୁଲ ଝୁଲଣାରେ
ତୋର ଠିକଣା ଲେଖିଛି ସୁନା ଅକ୍ଷରରେ, ମୋ, ହୃଦୟରେ, ହୃଦୟରେ

ଯା ତତେ ମୁଁ ଭିଜେଇ ଦେବି
ମୋତି ଝରା ବରଷାରେ
ଯା ତତେ ମୁଁ ହଜେଇ ଦେବି
ଭରା-ଭରା ଚାହାଣିରେ

ତୋ ପରି ସାଥୀଟେ ମୋର ନିହାତି ଜରୁରୀ
କହିଲେ ଆଣିବି ତତେ ବଜେଇ ମହୁରୀ
ତୋ ପରି ସାଥୀଟେ ମୋର ନିହାତି ଜରୁରୀ
କହିଲେ ଆଣିବି ତତେ ବଜେଇ ମହୁରୀ

ଆ ତତେ ମୁଁ ଭିଜେଇ ଦେବି
ଝରା-ଝରା ଶ୍ରାବଣରେ
ଖାଲି ଶ୍ରାବଣ ନୁହେଁ ସେ ପ୍ରେମର ବରଷା, ମୋ, ଜୀବନରେ, ଜୀବନରେ

ଯା ତତେ ମୁଁ ବନ୍ଦେଇ ଦେବି
ଦୀପ ଜାଳି ଅଗଣାରେ
ଯା ଯା ତତେ ମୁଁ ବନ୍ଧେଇ ଦେବି
ରାତି ରାତି ପ୍ରୀତି ଡୋରେ

ତତେ ସାଇତି ରଖିବି, ଲୁଚେଇ ରଖିବି, ମୋ, ହୃଦୟରେ
ସାଇତିଵି ହୃଦୟରେ (ଲା-ଲା-ଲା)
ସାଇତିଵି ହୃଦୟରେ (ହୁଁ-ଲା-ଲା)
ସାଇତିଵି ହୃଦୟରେ (ହୁଁ-ହୁଁ-ହୁଁ)



Credits
Writer(s): Panchanan Nayak, Sarat Kumar Nayak
Lyrics powered by www.musixmatch.com

Link