Priya Lo

ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ

ତୁ ସଜେଇ ହେଇକି ଥା, ପ୍ରିୟା ଲୋ ସଜେଇ ହେଇକି ଥା
ତୁ ସଜେଇ ହେଇକି ଥା, ପ୍ରିୟା ଲୋ ବାଟ ମୋର ଚାହିଁଥା

ମୁଁ ଆସିବି ରୋସାଣି କରି
ମୁଁ ଆସିବି ପାଲିଙ୍କି ଚଢ଼ି
ମୁଁ ଆଣିବି ତୋ ପାଇଁ ଶାଢ଼ୀ
ମୁଁ ଆଣିବି ତୋ ପାଇଁ ଚୁଡି

ନେଇଯିବି ତତେ କନିଆଁ କରି ମୋ
ଆଉ କିଛିଦିନ ଥା

ସଜେଇ ହେଇକି ଥା, ପ୍ରିୟା ଲୋ ସଜେଇ ହେଇକି ଥା
ତୁ ସଜେଇ ହେଇକି ଥା, ପ୍ରିୟା ଲୋ ବାଟ ମୋର ଚାହିଁଥା

ମୋ ପାଇଁ ତୁ ଯେତେ ଦୁଃଖ ସହିଚୁ ଜୀବନେ
ଭୁଲିନାହିଁ ତାକୁ କେବେ ଭୁଲିବାର ନୁହେଁ
ହୋ, ସାଗର ବି ମଥା ପିତେ ବାଲୁକା ଶେଯରେ
ବୁଝିଛି କେ' କହ ତାକୁ ହୃଦୟ ଭିତରେ

ଦୁଃଖ ପରେ ସୁଖ ଏଇତ ଦୁନିଆଁ
କଥା ମନେ ରଖିଥା

ସଜେଇ ହେଇକି ଥା, ପ୍ରିୟା ଲୋ ସଜେଇ ହେଇକି ଥା
ତୁ ସଜେଇ ହେଇକି ଥା, ପ୍ରିୟା ଲୋ ବାଟ ମୋର ଚାହିଁଥା

ଦୁଃଖ ଯେତେ ଢ଼େଉ ପରି କ୍ଷଣିକ ଆଘାତ
ସହିଗଲା ତାକୁ ଯିଏ ସିଏ ତ ମଣିଷ
ହଁ, ଫୁଲର ବରଷା ପୁଣି ସାଇତା ତା ପାଇଁ
ହାରିଗଲି ବୋଲି କେବେ ଦୁଃଖ କର ନାହିଁ

ଗୋଲାପ ଶେଯରେ ପ୍ରଥମ ରାତିକୁ
ସପନରେ ଦେଖୁଥା

ସଜେଇ ହେଇକି ଥା, ପ୍ରିୟା ଲୋ ସଜେଇ ହେଇକି ଥା
ତୁ ସଜେଇ ହେଇକି ଥା, ପ୍ରିୟା ଲୋ ବାଟ ମୋର ଚାହିଁଥା

ମୁଁ ଆସିବି ରୋସାଣି କରି
ମୁଁ ଆସିବି ପାଲିଙ୍କି ଚଢ଼ି
ମୁଁ ଆଣିବି ତୋ ପାଇଁ ଶାଢ଼ୀ
ମୁଁ ଆଣିବି ତୋ ପାଇଁ ଚୁଡି

ନେଇଯିବି ତତେ କନିଆଁ କରି ମୋ
ଆଉ କିଛିଦିନ ଥା'

ସଜେଇ ହେଇକି ଥା, ପ୍ରିୟା ଲୋ ସଜେଇ ହେଇକି ଥା
ତୁ ସଜେଇ ହେଇକି ଥା, ପ୍ରିୟା ଲୋ ବାଟ ମୋର ଚାହିଁଥା



Credits
Writer(s): Prasant Padhy, Jiten Mohanty
Lyrics powered by www.musixmatch.com

Link