Geeta Eai Geeta

ଗୀତ, ଏଇ ଗୀତ
ଗୀତ ମୋ ଗୀତ

କେବେ ସକାଳ କଅଁଳ ଖରା, କେବେ ଭରା ଶ୍ରାବଣ ର ଧାରା
କେବେ ପାହାଡ଼ି ଝରଣା ଧାରା, କେବେ ନୀଳ ଆକାଶ ରେ ତାରା

ଫୁଲବଗିଚା ରେ ଭଅଁର ପରାଏ, ମଳୟ ର ମିଠା ବାସ

ଗୀତ, ଏଇ ଗୀତ
ଗୀତ ମୋ ଗୀତ

ସପନ ଦୋଳି ରେ ଝୁଲେଇ-ଝୁଲେଇ, ଆଖି ରେ ସାଇତେ ନିଦ
ହରିଯାଇଥିବା ଦୁଃଖି ମଣିଷ କୁ ଦିଏ ଯିଇଁବାର ସ୍ଵାଦ
ହଁ, ସପନ ଦୋଳି ରେ ଝୁଲେଇ-ଝୁଲେଇ, ଆଖି ରେ ସାଇତେ ନିଦ
ହରିଯାଇଥିବା ଦୁଃଖି ମଣିଷ କୁ ଦିଏ ଯିଇଁବାର ସ୍ଵାଦ

ହସଲୁହ ଭରା ଜୀବନ ଆକାଶେ, କୋଟିଚନ୍ଦ୍ରମା ର ଚିତ୍ର

ଗୀତ, ଏଇ ଗୀତ
ଗୀତ ମୋ ଗୀତ

ଅଦିନ ରେ ଦିଏ ଫଗୁଣ ର ରଙ୍ଗ, କୋଇଲି ର କୁହୁ ତାନ
ସୁପ୍ତ ଶରୀର ରେ ପ୍ରାଣ ର ସଞ୍ଚାର ଶୁଣିଲେ ଦରଦୀ ଗାନ
ହୋ, ଅଦିନ ରେ ଦିଏ ଫଗୁଣ ର ରଙ୍ଗ, କୋଇଲି ର କୁହୁ ତାନ
ସୁପ୍ତ ଶରୀର ରେ ପ୍ରାଣ ର ସଞ୍ଚାର ଶୁଣିଲେ ଦରଦୀ ଗାନ

କାକରରେ ଭିଜା କୁଆଁରୀ ଓଠ ର, ନରମ ଗୋଲାପି ଚିତ୍ର

ଗୀତ, ଏଇ ଗୀତ
ହୁଁ-ହୁଁ, ହୁଁ-ହୁଁ, ହୁଁ-ହୁଁ



Credits
Writer(s): Prasant Padhy, Jiten Mohanty
Lyrics powered by www.musixmatch.com

Link