Jebe Aasila Kala Pahada

ଯେବେ ଆସିଲା କଳାପାହାଡ଼
ତୋର ଭାଙ୍ଗିଲା ସିଂହ ଦୁଆର

ତୋତେ ନେଲା ରେ ଚୋରାଇ କାଳିଆ
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର

ଠିକ ସେତିକି ବେଳେ ଭକ୍ତ ବିସର
ଆଖିରୁ ବୋହିଲା ଲୁହ ଧାର-ଧାର
ପାଗଳ ପରା ଏ ପଛେ ଗୋଡ଼ାଇଲା
ରକ୍ଷାକର ନିଜକୁ ପ୍ରଭୁ ରକ୍ଷାକର

ଆଜି ଏ କି ବିପତ୍ତି ତୋହର?

କଳା ଶ୍ରୀଅଙ୍ଗକୁ ତୋର ଯବନ ଦୋହିଲା
ବିଶର ମହକି ଯାଇ ବ୍ରହ୍ମକୁ ରଖିଲା
କେତେ ନଦୀ-ନାଳ ଡେଇଁ କୁଜଙ୍ଗ ଗ୍ରାମରେ
ରଖିଲା ଲୁଚାଇ ତତେ ବାନ୍ଧି ତା ପ୍ରେମରେ

ଯେବେ ଆସିଲା କଳାପାହାଡ଼
ତୋର ଭାଙ୍ଗିଲା ସିଂହ ଦୁଆର

ତୋତେ ନେଲା ରେ ଚୋରେଇ କାଳିଆ
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର

କଳା ପାହାଡ଼କୁ ତୁହି ନମାରି ଛାଡିଲୁ
ଶଗଡ଼ରେ ବସି ତାର ସାଙ୍ଗରେ ତୁ ଗଲୁ
ଖୁଗୁଳି ନଦୀ କୂଳରେ ପଡିଲା ସେ ତତେ
ସିଏ କି ଭକତ ତୋର ସହିଲୁ ଯେ ଏତେ?

ଯେବେ ଆସିଲା କଳାପାହାଡ଼
ତୋର ଭାଙ୍ଗିଲା ସିଂହ ଦୁଆର

ତୋତେ ନେଲା ରେ ଚୋରେଇ କାଳିଆ
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର

ଠିକ ସେତିକି ବେଳେ ଭକ୍ତ ବିସର
ଆଖିରୁ ବୋହିଲା ଲୁହ ଧାର-ଧାର
ପାଗଳ ପରା ଏ ପଛେ ଗୋଡ଼ାଇଲା
ରକ୍ଷାକର ନିଜକୁ ପ୍ରଭୁ ରକ୍ଷାକର

ଆଜି ଏ କି ବିପତ୍ତି ତୋହର?

ଯେବେ ଆସିଲା କଳାପାହାଡ଼
ତୋର ଭାଙ୍ଗିଲା ସିଂହ ଦୁଆର

ତୋତେ ନେଲା ରେ ଚୋରେଇ କାଳିଆ
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର
ସେଇ ବାଲେଶ୍ୱର



Credits
Writer(s): Deepak Kumar, Pradipta Ray Mohapatra
Lyrics powered by www.musixmatch.com

Link