Jibi Keu Baate

ଯିବି କେଉଁ ବାଟେ କୁହ ଜଗନ୍ନାଥେ
ଯିବି କେଉଁ ବାଟେ କୁହ ଜଗନ୍ନାଥେ
ପାପର ବୋଝ ମୁଣ୍ଡାଇ
ପାପର ବୋଝ ମୁଣ୍ଡାଇ

ତୁମେ ଦୟା କଲେ ସିଂହ ଦୁଆରକୁ
ତୁମେ ଦୟା କଲେ ସିଂହ ଦୁଆରକୁ

ଦେବ ମୋ ବାଟ ଫିଟାଇ
ଦେବ ମୋ ବାଟ ଫିଟାଇ

ଯିବି କେଉଁ ବାଟେ କୁହ ଜଗନ୍ନାଥେ
ତୁମେ ଦେଇଥିଲ ସଂସାରର ମାୟା
ତୁମେ ଦେଇଥିଲ ସଂସାରର ମାୟା
ମିଛକୁ ମଣିଲି ସତ

ତୁମ କଥା ମନେ ପଡ଼ିଲା ବେଳକୁ
ତୁମ କଥା ମନେ ପଡ଼ିଲା ବେଳକୁ
ସଞ୍ଜ ହେଲା ରତ ରତ

ଅନ୍ଧ ଆଖି ପାଇଁ ଟୋପାଏ ଆଲୁଅ
ଅନ୍ଧ ଆଖି ପାଇଁ ଟୋପାଏ ଆଲୁଅ

ମାଗୁଛି କଳା କହ୍ନାଇ
ମାଗୁଛି କଳା କହ୍ନାଇ

ଯିବି କେଉଁ ବାଟେ କୁହ ଜଗନ୍ନାଥେ
କେଉଁ କର୍ମ ଅବା କରିଛି ଜୀବନେ
କେଉଁ କର୍ମ ଅବା କରିଛି ଜୀବନେ
ଧର୍ମ ଅରଜିବା ପାଇଁ

କାହା ପାଦ ତଳେ ସରଣ ପୋଷିବି
କାହା ପାଦ ତଳେ ସରଣ ପୋଷିବି
ଜଗତର ନାଥ ଥାଇ

ନୀଳାଦ୍ରି ବିହାରୀ ତୁମେ ଦୁଃଖହାରି
ନୀଳାଦ୍ରି ବିହାରୀ ତୁମେ ଦୁଃଖହାରି

ଦିଅ ହେ ଡୋରି ଲଗାଇ
ଦିଅ ହେ ଡୋରି ଲଗାଇ

ଯିବି କେଉଁ ବାଟେ କୁହ ଜଗନ୍ନାଥେ
ଯିବି କେଉଁ ବାଟେ କୁହ ଜଗନ୍ନାଥେ
ପାପର ବୋଝ ମୁଣ୍ଡାଇ
ପାପର ବୋଝ ମୁଣ୍ଡାଇ

ଯିବି କେଉଁ ବାଟେ କୁହ ଜଗନ୍ନାଥେ
କୁହ ଜଗନ୍ନାଥେ
କୁହ ଜଗନ୍ନାଥେ



Credits
Writer(s): Amrendra Mohanty, Shiva Ratha
Lyrics powered by www.musixmatch.com

Link