Saragathu Seta Mahan

ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ
ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ

ସେ ଧାମେ ମିଳନ, ଭକ୍ତ-ଭଗବାନ
ସେ ଧାମେ ମିଳନ, ଭକ୍ତ-ଭଗବାନ
ନୁହେଁ କେ ତାହାରି ସମାନ

ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ
ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ

ସେ ଧାମେ ଧୂଳି, ମାଟି, ଚନ୍ଦନ
ଅବଢ଼ା ପରି ବାସେ ପବନ
ସେ ତୀର୍ଥଜଳ ତ୍ରିବେଣୀ ଧାର
ତୁଳସୀ ସମ ଲତା ପତର

ସେ ଦାରୁ ଦେବତା, କହେ, ଶୁଣେ କଥା
ସେ ଦାରୁ ଦେବତା, କହେ, ଶୁଣେ କଥା
ବୁଝେ ସେ ସବୁରି ମନ

ନୀଳଗିରି ନୀଳାଦ୍ରି-ବିହାରୀ ଜଗତ ଜୀବ-ଜୀବନ

ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ
ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ

ତା ଆଗେ ବଡ଼ କେହି ତ ନୁହେଁ
ରାଜା ବି ତାର ଚଣ୍ଡାଳ ହୁଏ
କୈବଲ୍ୟ ତାର ମହାପ୍ରସାଦ
ନାହିଁରେ ନାହିଁ ଭାବ କି ଭେଦ

କଲେ କୋଟି ପୁଣ୍ୟ, ମିଳେ ଦରଶନ
କଲେ କୋଟି ପୁଣ୍ୟ, ମିଳେ ଦରଶନ
କାଳିଆ କଳା-ବଦନ

ଦୁଃଖହାରି ଦୁଃଖ ନିଏ ହରି, ଜଗତେ ଜଗନ୍ନାଥ ନାମ

ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ
ସରଗ ଠୁ ସେ ତ ମହାନ
ମୋ ଜଗନ୍ନାଥ ଧାମ



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link