Maa To Charana Tale

ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ
ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ

ତାରିଣୀ ମା ଲୋ ରଖିଥା ଘୋଡେଇ
ତୋ ପଣତ କାନି ତଳେ

ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ

ଏଇ ସଂସାର ସୁଖ-ଦୁଃଖ ର, ଛାଇ ଆଲୁଅ ଖେଳ
ଶାଳୁଅ ଡାଳେ ବାନ୍ଧିଦେଇଛି, ମୋର ଜୀବନ ଡ଼ୋର

ଜୀବନ ଡ଼ୋରି ମୋ ତୋହରି ହାତରେ
ଧରିଥିବୁ ସବୁବେଳେ

ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ

ଦୀପରୁ ଦିନେ ତେଲ ସରିବ, ଏଇ କଥା ମୁଁ ଜାଣେ
ଲିଭିବା ଆଗୁ ତୋ ପାଦତଳେ, ଆଲୁଅ କିଛି ବୁଣେ

ଲିଭିବା, ଜଳିବା ସବୁ ତୋ ଇଚ୍ଛା ରେ
ସତ ସେ ତ କାଳେ-କାଳେ

ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ

ତାରିଣୀ ମା ଲୋ ରଖିଥା ଘୋଡେଇ
ତୋ ପଣତ କାନି ତଳେ

ମା ତୋ ଚରଣ ତଳେ
ଦୀପ ଟେ ହେଇ ମୁଁ ଜଳେ
ଦୀପ ଟେ ହେଇ ମୁଁ ଜଳେ



Credits
Writer(s): Arun Kumar Mantri, Bijay Kumar Malla, Manmath Mishra
Lyrics powered by www.musixmatch.com

Link