Sashu Ghara Heu

ଶାଶୁ ଘର ହଉ ପଛେ ମୋର ଯେତେ ଦୂର
କଟକ ହେଇଥାଉ କି ହଉ ବାଲେଶ୍ୱର
ଶାଶୁ ଘର ହଉ ପଛେ ମୋର ଯେତେ ଦୂର
କଟକ ହେଇଥାଉ କି ହଉ ବାଲେଶ୍ୱର

ବର ମୋର ସୁନ୍ଦର କି ହଉ ଅସୁନ୍ଦର
କୋଠା ଘର ଥାଉ ଅବା ଥାଉ ଚାଳ ଘର
କାଳିଆ ଭକତ ଯଦି ସେହି ପରିବାର

ବାପା ସେଇଠି କରିବ ମୋ ବାହାଘର
ବାପା ସେଇଠି କରିବ ମୋ ବାହାଘର

ଶାଶୁ ଘର ହଉ ପଛେ ମୋର ଯେତେ ଦୂର
କଟକ ହେଇଥାଉ କି ହଉ ବାଲେଶ୍ୱର
ବାହା ହୋଇ ଯେଉଁ ଦିନ ସେ ଘରକୁ ଯିବି
ଶାଶୁ ଶ୍ୱଶୁରଙ୍କ ସାଥେ ତାକୁ ମୁଁ ପୁଜିବି

ଦୁଇ କୂଳ ହିତ ପାଇଁ ତାକୁ ଡାକୁଥିବି
ଦୁହିତା ଜନମ ମୋର ସାର୍ଥକ କରିବି

ଶାଶୁ ଘର ହଉ ମଫସଲ କି ସହର
ଭୁବନେଶ୍ୱର ହଉ କି ହଉ କେଉଁଝର
ଶାଶୁ ଘର ହଉ ମଫସଲ କି ସହର
ଭୁବନେଶ୍ୱର ହଉ କି ହଉ କେଉଁଝର

ନଣନ୍ଦ ନଥାଉ ଅବା ନଥାଉ ଦିଅର
ଚାକିରିଆ ହଉ ଅବା ଥାଉ ସେ ବେକାର
କାଳିଆ ଭକତ ଯଦି ସେହି ପରିବାର

ବାପା ସେଇଠି କରିବ ମୋ ବାହାଘର
ବାପା ସେଇଠି କରିବ ମୋ ବାହାଘର

ଶାଶୁ ଘର ହଉ ପଛେ ମୋର ଯେତେ ଦୂର
ଭୁବନେଶ୍ୱର ହଉ କି ହଉ କେଉଁଝର
ସକାଳେ ଉଠି ମୁଁ ଫୁଲ ନୀତି ତୋଳିଯିବି
ସଂଜ ହେଲେ ଆଳତି କରିବି ଦୀପ ଜାଳି

ଚନ୍ଦନରେ ମହମହ ବାସୁଥିବ ଘର
ସାହି ପଡ଼ିଶା କହିବେ କେ ଘର ମନ୍ଦିର

ଶାଶୁଘର ହଉ ପଛେ ସାତ ନଈ ପାର
ସମ୍ବଲପୁର ହଉ କି ହଉ ବ୍ରହ୍ମପୁର
ଶାଶୁଘର ହଉ ପଛେ ସାତ ନଈ ପାର
ସମ୍ବଲପୁର ହଉ କି ହଉ ବ୍ରହ୍ମପୁର

ବର ହେଇଥାଉ ଗୋରା ଅବା କଳା ମୋର
ଦୁଇ ଓଳି ଚୁଲି ପଛେ ନଜଳୁ ତାହାର
କାଳିଆ ଭକତ ଯଦି ସେହି ପରିବାର

ବାପା ସେଇଠି କରିବ ମୋ ବାହାଘର
ବାପା ସେଇଠି କରିବ ମୋ ବାହାଘର

ଶାଶୁ ଘର ହଉ ପଛେ ମୋର ଯେତେ ଦୂର
କଟକ ହେଇଥାଉ କି ହଉ ବାଲେଶ୍ୱର
ଶାଶୁ ଘର ହଉ ପଛେ ମୋର ଯେତେ ଦୂର
କଟକ ହେଇଥାଉ କି ହଉ ବାଲେଶ୍ୱର

ବର ମୋର ସୁନ୍ଦର କି ହଉ ଅସୁନ୍ଦର
କୋଠା ଘର ଥାଉ ଅବା ଥାଉ ଚାଳ ଘର
କାଳିଆ ଭକତ ଯଦି ସେହି ପରିବାର

ବାପା ସେଇଠି କରିବ ମୋ ବାହାଘର
ବାପା ସେଇଠି କରିବ ମୋ ବାହାଘର



Credits
Writer(s): Badal Kumar, Basantaraj Samal
Lyrics powered by www.musixmatch.com

Link