Sindoora Nauchi

ଜୀବନ ଯମୁନା କୂଳରେ କୃଷ୍ଣହରା ରାଧା ଆଜି ସମ୍ପୂର୍ଣ ଏକାକିନି
ଆଖିରେ ସ୍ୱପ୍ନ ନାହିଁ, କି ହୃଦୟରେ କମ୍ପନ ନାହିଁ
ଓଠରୁ ତାର ହଜିଯାଇଛି ମିଠା ହସର କ୍ଷୀଣଧାରଟି
ତଥାପି ଅପଲକ ଆଖି ଦୁଇଟି ଚାହିଁ ରହିଛି ସେ କଳାକାହ୍ନୁର ଆସିବା ବାଟକୁ
ହେଲେ ମନରେ ପ୍ରଶ୍ନ ବାଚେ
ସତରେ! ସତରେ କ'ଣ କଳାକାହ୍ନୁ ଫେରି ଆସିବେ ତାପାଖକୁ?

ସିନ୍ଦୁର ନାଉଚି ରାଧା
ଆଇନା ଦେଖି, ରାଧା ଆଇନା ଦେଖି

ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି
ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି

ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି

ସୁହାଗସିନ୍ଦୂରେ କାହ୍ନୁ ଦିଶିଯାଏ କି?

ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି

ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ
ଆସଗୋ, ଆସଗୋ ରାଇ କୁଞ୍ଜକୁ ସଜେଇ ହୋଇ
ଓ, ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ
ଆସଗୋ, ଆସଗୋ ରାଇ କୁଞ୍ଜକୁ ସଜେଇ ହୋଇ

କଦମ୍ବ ଫୁଟିଚି ବାସ ଝରିଯାଉଚି
ଚାନ୍ଦିନୀ ଝରୁଚି ସଞ୍ଜ ସରିଯାଉଚି

କେମିତି ରାଇ ଗୋ ରହିପାର ଏକାକି?

ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି

ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରି କୋହ ଆସେ ରାଈର ବୁକୁ ଫଟେଇ
ଓ, ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରି କୋହ ଆସେ ରାଈର ବୁକୁ ଫଟେଇ

ଜାଣିଛି କହ୍ନେଇ ଆଉ ଫେରିବ ନାହିଁ
ତଥାପି ମାନିନୀ ରାଇ ହୁଏ ସଜେଇ

ଲାଗିଯାଉ ପଛେ ଦେହେ ନିନ୍ଦା କଳଙ୍କି

ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି
ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି

ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି

ସୁହାଗସିନ୍ଦୂରେ କାହ୍ନୁ ଦିଶିଯାଏ କି?

ସିନ୍ଦୁର ନାଉଚି ରାଧା ଆଇନା ଦେଖି, ରାଧା ଆଇନା ଦେଖି

ଆଇନା ଦେଖି, ରାଧା ଆଇନା ଦେଖି
ଆଇନା ଦେଖି, ରାଧା ଆଇନା ଦେଖି



Credits
Writer(s): Malay Mishra, Guru Prasad Satpathy
Lyrics powered by www.musixmatch.com

Link