Salakhi Chahani Taku

ସଳଖୀ ଚାହାଁନି ତାକୁ ଓଢଣୀ ଟେକି
ସଳଖୀ ଚାହାଁନି ତାକୁ ଓଢଣୀ ଟେକି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ

ତାର ଚନ୍ଦନ, ତୁଳସୀ ବାସ
ସତେ ରସିକ କୁହୁକ ଫାସ
ତାର ଚନ୍ଦନ, ତୁଳସୀ ବାସ
ସତେ ରସିକ କୁହୁକ ଫାସ

ତାର ପୀରତି ଅବଢ଼ା ଦେନି ଚାଖି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ

ଦୟଣା ବନର ସିଏ ରାଜକୁମାର ଲୋ
ଦୁନିଆଁ ଯାକର ଶୋଭା ରୂପରେ ତାର
ଦୟଣା ବନର ସିଏ ରାଜକୁମାର ଲୋ
ଦୁନିଆଁ ଯାକର ଶୋଭା ରୂପରେ ତାର

କଳାଶ୍ରୀଅଙ୍ଗେ ଲୋ ପଡି ଗଲେ ନଜର ଲୋ
କିମିଆଁ କରିବ ତତେ, ସେ ମନ ଚୋର

ତୋର ନିଦ ହଜିବ, ତୋର ଆଖି ଭିଜିବ
ତୋର ନିଦ ହଜିବ, ତୋର ଆଖି ଭିଜିବ

ହରେ ଜୟ ଜଗନ୍ନାଥ ଦେନି ଡାକି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ

ପୀରତିର ରଙ୍କୁଣା ସିଏ ନଟନାଗର ଲୋ
ପାଇଲେ ପୀରତି ନିଏ କରି ନିଜର
ପୀରତିର ରଙ୍କୁଣା ସିଏ ନଟନାଗର ଲୋ
ପାଇଲେ ପୀରତି ନିଏ କରି ନିଜର

ସିଂଥିରେ ପିନ୍ଧେଇ ଦିଏ ପ୍ରୀତି ସିନ୍ଦୁରି ଲୋ
କିଶୋରୀ ପାସୋରି ଯାଏ ଘର ସଂସାର

ତତେ ରାଣ ମୋହର, ତାକୁ ଦୂରୁ ଜୁହାର
ତତେ ରାଣ ମୋହର, ତାକୁ ଦୂରୁ ଜୁହାର

ତାର ଶ୍ରୀପଦେ ନିଜକୁ ଦେନି ବିକି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ

ସଳଖୀ ଚାହାଁନି ତାକୁ ଓଢଣୀ ଟେକି
ସଳଖୀ ଚାହାଁନି ତାକୁ ଓଢଣୀ ଟେକି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ

ତାର ଚନ୍ଦନ, ତୁଳସୀ ବାସ
ସତେ ରସିକ କୁହୁକ ଫାସ
ତାର ଚନ୍ଦନ, ତୁଳସୀ ବାସ
ସତେ ରସିକ କୁହୁକ ଫାସ

ତାର ପୀରତି ଅବଢ଼ା ଦେନି ଚାଖି

ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ
ଯିବୁ ଲୋ ଲାଖି ମୋ ସୁରୁଜମୁଖୀ



Credits
Writer(s): Malay Mishra, Guru Prasad Satpathy
Lyrics powered by www.musixmatch.com

Link