Baula Lo

ବଉଳ ଲୋ, ଲାଜ କଥା ନୁହେଁ କହି
ବଉଳ ଲୋ, ଲାଜ କଥା ନୁହେଁ କହି

ସେବା କରୁ କରୁ କାଳିଆ ସୁନାର
ସେବା କରୁ କରୁ କାଳିଆ ସୁନାର
ପ୍ରେମରେ ପଡ଼ିଛି ମୁହିଁ

ବଉଳ ଲୋ, ଲାଜ କଥା ନୁହେଁ କହି
ହୋ, ବଉଳ ଲୋ, ଲାଜ କଥା ନୁହେଁ କହି

ଦୟଣା ତୁଳସୀ, ମଧୁ ମାଳତୀ
ଗୁନ୍ଥି କାଳିଆକୁ ପିନ୍ଧାଏ ନୀତି
ଦୟଣା ତୁଳସୀ, ମଧୁ ମାଳତୀ
ଗୁନ୍ଥି କାଳିଆକୁ ପିନ୍ଧାଏ ନୀତି

ବୋଳିଲେ ଚନ୍ଦନ ମୁଁ ତାର ଦେହେ
ମୁରୁକି ହସି ସେ ମତେ ଅନାଏ
ବୋଳିଲେ ଚନ୍ଦନ ମୁଁ ତାର ଦେହେ
ମୁରୁକି ହସି ସେ ମତେ ଅନାଏ

ଚାହିଁ ଚକାଆଖି ମନ ଦେଲି ବିକି
ଚାହିଁ ଚକାଆଖି ମନ ଦେଲି ବିକି
ତା ବିନେ ନ ପାରେ ରହି

ବଉଳ ଲୋ, ଲାଜ କଥା ନୁହେଁ କହି
ବଉଳ ଲୋ, ଲାଜ କଥା ନୁହେଁ କହି

ଅବଢ଼ା ଖାଇ ତା ପାଦେ ଶୋଉଛି
ତା ଦେହ କଳା ମୋ ନେତ୍ରେ ବୋଳୁଛି
ହୋ, ଅବଢ଼ା ଖାଇ ତା ପାଦେ ଶୋଉଛି
ତା ଦେହ କଳା ମୋ ନେତ୍ରେ ବୋଳୁଛି

ମୋ ପାନ ଖାଇ ତା ଅଧର ନାଲି
ତାକୁ ପାଇ ସବୁ ଯାଇଛି ଭୁଲି
ମୋ ପାନ ଖାଇ ତା ଅଧର ନାଲି
ତାକୁ ପାଇ ସବୁ ଯାଇଛି ଭୁଲି

ସେ ରସିକମଣି ମୋ ଜୀବନ ସ୍ଵାମୀ
ସେ ରସିକମଣି ମୋ ଜୀବନ ସ୍ଵାମୀ
ମୁହିଁ ତାର ପ୍ରାଣସହୀ

ବଉଳ ଲୋ, ଲାଜ କଥା ନୁହେଁ କହି
ବଉଳ ଲୋ, ଲାଜ କଥା ନୁହେଁ କହି

ସେବା କରୁ କରୁ କାଳିଆ ସୁନାର
ସେବା କରୁ କରୁ କାଳିଆ ସୁନାର
ପ୍ରେମରେ ପଡ଼ିଛି ମୁହିଁ

ବଉଳ ଲୋ, ଲାଜ କଥା ନୁହେଁ କହି
ହୋ, ବଉଳ ଲୋ, ଲାଜ କଥା ନୁହେଁ କହି
ବଉଳ ଲୋ, ଲାଜ କଥା ନୁହେଁ କହି



Credits
Writer(s): Deepak Kumar, Praful Sahu
Lyrics powered by www.musixmatch.com

Link