Agastya

ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ

ରଣ-ରଣ ଓଁ-କାର
ଦୁଇ ଚଉଦିଗେ ଝଙ୍କାର
ରୁଦ୍ର ଅବତାର ତ୍ରିଶୂଳ ଧରି
ପଣକରି ରଣ ସ୍ୱୀକାର
ନୟନୁ ତାର ଝରୁଛି ନିଆଁ
ଦବ ସେ ଜାଳି ପାପ ଦୁନିଆଁ
ଶତ୍ରୁ ସଂହାର କରିବା ପାଇଁ
ଧରିଛି ସେ ନୁଆଁ ରାସ୍ତା

ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ

ଯୁଦ୍ଧଭୁଇଁରେ ଯୋଦ୍ଧା ସିଏରେ
ହାରିବାନାହିଁ ତା ଜାତକେ ଲେଖା
ନିଜର ଭାଗ୍ୟ ନିଜେ ଲେଖିଛି
ନିଜେ କାଟିଛି ତା ପାପୁଲି ରେଖା
ଘନ-ଘନ ଗର୍ଜନ
ଶୁଣି ଭୟଭୀତ ଦୁର୍ଜନ
ସତେକି ଆଇଲା ଗାଣ୍ଡିବ ଧରି ମହାଭାରତର ଅର୍ଜୁନ
କରେନା ସନ୍ଧି, ରଖେନା ସର୍ତ
ଧରମ ଯୁଦ୍ଧେ ନାହିଁତା ସ୍ୱାର୍ଥ
କୌରବ ବଂଶ କରିବ ଧ୍ବଂସ
ସିଏତ ଜଗତଜିତା

ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ

ଦୁମ-ଦୁମ-ଦୁମ-ଦୁମ ଦୁମଦୁବି
ହର-ହର ଏଇ ଦୁର୍ନୀତି
ଲହୁରେ ସୁଝେ ଲୁହର କିସ୍ତି
ଦୋଷୀକୁ ସିଏ ଦିଏରେ ଶାସ୍ତି
ଦୁମ-ଦୁମ-ଦୁମ-ଦୁମ ଦୁମଦୁବି
ହର-ହର ଏଇ ଦୁର୍ନୀତି
ଲହୁରେ ସୁଝେ ଲୁହର କିସ୍ତି
ଦୋଷୀକୁ ସିଏ ଦିଏରେ ଶାସ୍ତି

ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ
ଅଗସ୍ତ୍ୟ



Credits
Writer(s): Prem Anand
Lyrics powered by www.musixmatch.com

Link