Tame Joukatha Kahina

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି

ଓଠ ଯେବେ ତୁନି ରହେ ଦୁଇ ଆଖି କହିଦିଏ
ସବୁକିଛି-ସବୁକିଛି
ସବୁକିଛି-ସବୁକିଛି

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି

ତମେ ବଢ଼େଇନ ହାତ ଧରିବାକୁ
ମୁଁ ବଢ଼େଇନି ହାତ
ଜାଣେନା-ଜାଣେନା, ନିଜେ ମୁଁ ଜାଣେନା
କେବେ ବଦଳିଲା ବାଟ

ତମେ ଯଉ ବାଟେ ଡ଼ାକିନ
ମୁଁ ସେଇ ବାଟେ ଯାଇଛି
ତମେ ଯଉ ଗୀତ ଗାଇନ
ମୁଁ ସେଇ ଗୀତ ଶୁଣିଛି

ସେଇ ଗୀତ ସୁରେ-ସୁରେ ବୁଝିଗଲି ଧିରେ-ଧିରେ
ସବୁକିଛି-ସବୁକିଛି
ସବୁକିଛି-ସବୁକିଛି

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି

ପବନକୁ ସିନା ଦେଖି ହୁଏନାହିଁ
କରିହୁଏ ଅନୁଭବ
କେହି ଜାଣେନାହିଁ ପ୍ରେମ କେତେବେଳେ
କଉ ରଙ୍ଗ ବୋଳିଦବ

ତମେ ଯଉ ରଙ୍ଗ ବୋଳିନ
ମୁଁ ସେଇ ରଙ୍ଗେ ଭିଯିଛି
ତମେ ଯଉ ଫୁଲ ଦେଇନ
ମୁଁ ସେଇ ଫୁଲ ପାଇଛି

ସେଇ ଫୁଲର ମହକ ମତେ କହେ ରାତିଯାକ
ସବୁକିଛି-ସବୁକିଛି
ସବୁକିଛି-ସବୁକିଛି

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି

ତମେ ଯଉ କଥା କହିନ
ମୁଁ ସେଇ କଥା ଶୁଣିଛି
ତମେ ଯଉ କଥା ଲେଖିନ
ମୁଁ ସେଇ କଥା ପଢ଼ିଛି



Credits
Writer(s): Arun Kumar Mantri, Bikash Das
Lyrics powered by www.musixmatch.com

Link