Tumehi Swarga Mora

ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର
ତୁମରି ପାଇଁ ଯାଉଗୋ ବିତି, ଏଇ ଜନମ ମୋହର

ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର

ତୁମେ ମୋର ଆଖି ନୁହଁ ସେ ଆଖିର ଜ୍ୟୋତି
ଜନମ, ଜନମ ଲାଗି ତୁମେ ମୋର ସାଥି
ଏ ଜୀବନ ସୁରେ ମୋର ତୁମେ ମଧୁଗୀତି
ତୁମରି ସେ ପାଦତଳେ ମୋହରି ମୁକତି

ଏ ଦେହ ମୋର କଣ୍ଢେଇ ମାଟିର
ତୁମେ ହିଁ ପ୍ରାଣ ତାହାର

ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର

ତୁମ ସୁଖେ ସୁଖୀ ହୋଇ ମୁଁହିଁ ହସୁଥିବି
ତୁମ ଦୁଃଖେ ଦୁଃଖୀ ହୋଇ ଲୁହ ଝରାଇବି
ଏ ଜୀବନ କାଟିଦେବି ତମରି କୋଳରେ
ଜିଇଁଥିବା ଯାଏ ନାଇଁ ସିନ୍ଦୁର ମଥାରେ

ତୁମେ ହିଁ ତ କାୟା, ମୁଁ ତୁମ ଛାୟା
ଏହି ଆମ ସୁନା ସଂସାର

ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର
ତୁମରି ପାଇଁ ଯାଉଗୋ ବିତି, ଏଇ ଜନମ ମୋହର

ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର
ତୁମେ ହିଁ ଶଙ୍ଖା, ତୁମେ ହିଁ ସିନ୍ଦୁର



Credits
Writer(s): Akshaya Mohanty, Srishananda Kanungo
Lyrics powered by www.musixmatch.com

Link