Kaha Khushi Pain Nelu Mo Jibana

ତତେ ହସେଇବି ବୋଲି ଦୁଃଖ ସହୁଥିଲି ମୁଁ
ତତେ ଜିତେଇବି ବୋଲି ନିଜେ ହାରୁଥିଲି ମୁଁ
କେମିତିଲୋ ପ୍ରିୟା ମୋର ସାଥି କଲୁ କାହାକୁ?

କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ
କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ

ଥିଲୁ ଏଇ ହୃଦୟରେ ହେଇ ମୋର ସ୍ପନ୍ଦନ
ଆଉ କାହା ଖୁସି ପାଇଁ ନେଲୁ ମୋର ଜୀବନ
ତତେ ଭାବିଥିଲି ପ୍ରିୟା ନିଜରଠୁ ନିଜର
ଏତେ ଭଲ ପାଇଥିଲି ଖାଲି ଦେଲୁ ଜହର
ଚୁନା କରି ମୋ ସପନ ମନ ଦେଲୁ କାହାକୁ

କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ
କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ

ତତେ ଭୁଲି ପାରୁନିଲୋ ଅବୁଝା ମନ ମୋର
ନୀତି ଜାଳୁଛି ମତେଲୋ ଅଭୁଲା ସ୍ମୃତି ତୋର
ହେଲେ ଏଡ଼େ ନିଷ୍ଠୁର ଭାଙ୍ଗିଲୁ ମୋ ଭରଷା
ଦେଲୁ ଏଇ ମୋ ଆଖିରେ ଖାଲି ଲୁହ ବରଷା
ଜାଳିଦେଇ ମୋ ଦୁନିଆଁ ପ୍ରେମକଲୁ କାହାକୁ

ତତେ ହସେଇବି ବୋଲି ଦୁଃଖ ସହୁଥିଲି ମୁଁ
ତତେ ଜିତେଇବି ବୋଲି ନିଜେ ହାରୁଥିଲି ମୁଁ
କେମିତିଲୋ ପ୍ରିୟା ମୋର ସାଥି କଲୁ କାହାକୁ?

କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ
କି ଦୋଷ ଥିଲା ମୋ ଭଲ ପାଇବାରେ?
ଭୁଲି ଗଲୁ ମୋତେ ତୁ



Credits
Writer(s): Manas Kumar, Sunil Maharana
Lyrics powered by www.musixmatch.com

Link