Tuma Ratha Jaae Gadi Gadi

ତୁମ ରଥ ଯାଏ ଗଡି-ଗଡି
ଭକ୍ତ ନେଉଛନ୍ତି ଭିଡ଼ି-ଭିଡ଼ି

ହାଏ, ଖାଇ ପୋଡ଼ ପିଠା ମାଉସୀର
ତୁମେ ଯାଉଛ ଗୁଣ୍ଡିଚା ଘର
ଟିକେ ଯାଇ ପୁଣି ଟିକେ ରହି ଯାଅ

ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?
ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?

ତୁମ ରଥ ଯାଏ ଗଡି-ଗଡି
ଭକ୍ତ ନେଉଛନ୍ତି ଭିଡ଼ି-ଭିଡ଼ି

ଗଲା ବରଷ ତ କଥା ଦେଇଥିଲ
ଲକ୍ଷ୍ମୀଙ୍କୁ ଆଣିଲ ନାହିଁ
ଭାଇ, ବୋହୂ ଆଉ ଦେଢ଼ଶୁର
କାଳେ ହେଇଯିବେ ଛୁଆଁ-ଛୁଇଁ

ଗଲା ବରଷ ତ କଥା ଦେଇଥିଲ
ଲକ୍ଷ୍ମୀଙ୍କୁ ଆଣିଲ ନାହିଁ
ଭାଇ, ବୋହୂ ଆଉ ଦେଢ଼ଶୁର
କାଳେ ହେଇଯିବେ ଛୁଆଁ-ଛୁଇଁ

ଡରିଗଲ କିବା ନଣନ୍ଦ, ଭାଉଜ

ଗୁମରଟି ଯିବ ଦାଣ୍ଡରେ ପଡ଼ି
କାଳେ ଗୁମରଟି ଯିବ ଦାଣ୍ଡରେ ପଡ଼ି

ଭକତଙ୍କ ଠାରୁ ଗାଳିଯେ ଶୁଣିବା
ତୁମପାଇଁ ଦେହ ଘଷା
ସେଥିାଇଁ କିବା ଆଡେଇ ଯାଉଛ
ଲକ୍ଷ୍ମୀଙ୍କର ରାଗ, ଋଷା

ଭକତଙ୍କ ଠାରୁ ଗାଳିଯେ ଶୁଣିବା
ତୁମପାଇଁ ଦେହ ଘଷା
ସେଥିାଇଁ କିବା ଆଡେଇ ଯାଉଛ
ଲକ୍ଷ୍ମୀଙ୍କର ରାଗ, ଋଷା

ଆଣିଲେ ତ ଦୋଷ, ନ ଆଣିଲେ ଦୋଷ

ତୁମେ ତ ଯାଉଛ ଦ୍ବନ୍ଦରେ ପଡି
ତୁମେ ତ ଯାଉଛ ଦ୍ବନ୍ଦରେ ପଡି

ତୁମ ରଥ ଯାଏ ଗଡି-ଗଡି
ଭକ୍ତ ନେଉଛନ୍ତି ଭିଡ଼ି-ଭିଡ଼ି

ଖାଇ ପୋଡ଼ ପିଠା ମାଉସୀର
ତୁମେ ଯାଉଛ ଗୁଣ୍ଡିଚା ଘର
ଟିକେ ଯାଇ ପୁଣି ଟିକେ ରହି ଯାଅ

ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?
ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?
ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?
ମାଆ ଲକ୍ଷ୍ମୀ ମନେ ଗଲେ କି ପଡ଼ି?



Credits
Writer(s): Prem Anand
Lyrics powered by www.musixmatch.com

Link