Mora Sabu Suna Tu Neijaa

ମୋର ସବୁ ସୁନା ତୁ ନେଇଯା ରେ କାଳିଆ-ସୁନା
ମୋର ସବୁ ଗହଣା ନେଇଯା ରେ କାଳିଆ-ସୁନା

ତୋ ସୁନା-ବେଶ ମୋତେ ନହେଉ ମନା
ମୁଁ ମରିଯିବି ରେ ତୋ ଦର୍ଶନ ବିନା
ରେ, କାଳିଆ-ସୁନା

ମୋର ସବୁ ସୁନା ତୁ ନେଇଯା ରେ କାଳିଆ-ସୁନା
ମୋର ସବୁ ଗହଣା ନେଇଯା ରେ କାଳିଆ-ସୁନା, କାଳିଆ-ସୁନା

ଜୀବନେ ଯଦି ନଥାଏ କେବେ କାଳିଆ ତୋର ଭାବ
ସିନ୍ଧୁକ ସୁନା ଥାଇବି ଲାଗେ ରେ ଅଭାବ
ଜୀବନେ ଯଦି ନଥାଏ କେବେ କାଳିଆ ତୋର ଭାବ
ସିନ୍ଧୁକ ସୁନା ଥାଇବି ଲାଗେ ରେ ଅଭାବ

ତୋ ଭାବ କେବେ ମୋତେ ନହେଉ ଉଣା
ଦେ ଢ଼ାଳି ଦେ ତୋର କୃପା, କରୁଣା
ରେ, କାଳିଆ-ସୁନା

ମୋର ସବୁ ସୁନା ତୁ ନେଇଯା ରେ କାଳିଆ-ସୁନା
ମୋର ସବୁ ଗହଣା ନେଇଯା ରେ କାଳିଆ-ସୁନା, କାଳିଆ-ସୁନା

ଜଗତ ସାରା ଯେତକ ସୁନା ଯିବରେ ଯେବେ ମିଶି
ଜାଣିଛି ଆରେ କାଳିଆ ସୁନା ତୋଠାରୁ ନୁହେଁ ବେସି
ଜଗତ ସାରା ଯେତକ ସୁନା ଯିବରେ ଯେବେ ମିଶି
ଜାଣିଛି ଆରେ କାଳିଆ ସୁନା ତୋଠାରୁ ନୁହେଁ ବେସି

ସୁନାରେ ସୁନା ତୁ ରେ ଅସଲି ସୁନା
ତୋ ଆଗରେ ସବୁ ସୁନା ଲାଗେ ପୁରୁଣା
ରେ, କାଳିଆ-ସୁନା

ମୋର ସବୁ ସୁନା ତୁ ନେଇଯା ରେ କାଳିଆ-ସୁନା
ମୋର ସବୁ ଗହଣା ନେଇଯା ରେ କାଳିଆ-ସୁନା

ତୋ ସୁନା-ବେଶ ମୋତେ ନହେଉ ମନା
ମୁଁ ମରିଯିବି ରେ ତୋ ଦର୍ଶନ ବିନା
ରେ, କାଳିଆ-ସୁନା
କାଳିଆ-ସୁନା
କାଳିଆ-ସୁନା



Credits
Writer(s): Prem Anand
Lyrics powered by www.musixmatch.com

Link