To Ranga Adhara Aha Ki Sundara

ତୋ ରଙ୍ଗ ଅଧର
ଆହା କି ସୁନ୍ଦର
ହାଏ, କେଡ଼େ ମନଜିଣା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ପଞ୍ଚ ଉପଚାରେ
ତୋର ପୂଜାପଣ୍ଡା
ସେ ପଣା ବାଢ଼ନ୍ତି ସିନା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ନଅ ହାଣ୍ଡିକୁ ତିନି ଦିଅଁ
ପଣା ବାସୁଛି ମହମହ
ଭୋଗ ଲାଗିଲେ ତତେ ଜଗା
ପଣା ହାଣ୍ଡି ତ ହବ ଭଙ୍ଗା

ଆଷାଢ଼ ମାସର
ତ୍ରୟୋଦଶୀ ତିଥି
ଏ ନିତି ସଭିଙ୍କୁ ଜଣା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ଚଣ୍ଡୀ, ଚାମୁଣ୍ଡା, ଅସରିରୀ
ଯେତେ ଅଛନ୍ତି ରଥ ଘେରି
ରଥ ପାର୍ଶ୍ବର ଦେବାଦେବୀ
ଚାହିଁ ଅଛନ୍ତି ପଣା ଲାଗି

ସଭିଙ୍କୁ ସନ୍ତୁଷ୍ଟ କରିଦେ କାଳିଆ
କା ମନ ନ କରି ଉଣା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ତୋ ରଙ୍ଗ ଅଧର
ଆହା କି ସୁନ୍ଦର
ହାଏ, କେଡ଼େ ମନଜିଣା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ପଞ୍ଚ ଉପଚାରେ
ତୋର ପୂଜାପଣ୍ଡା
ସେ ପଣା ବାଢ଼ନ୍ତି ସିନା

ଆରେ କାଳିଆ ସୁନା

ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା



Credits
Writer(s): Prem Anand
Lyrics powered by www.musixmatch.com

Link