Jie Nahela Tora

ଭାଙ୍ଗି ଚାଲିଗଲା ହୃଦୟ କୁ ଯିଏ
ଭାଙ୍ଗି ଚାଲିଗଲା ହୃଦୟ କୁ ଯିଏ
ଆଉ କି ସେ ତୋ ପାଖକୁ ସେ ଆସିବ ଫେରି
ଅଯଥା ରେ କାଇଁ ଦେଖୁ ତା ସପନ
ଲୁହ ଝରାଉ କାଇଁ ତା ସ୍ମୃତି କୁ ଝୁରି

ଆଉ କେତେ ଦିନ ତା ବାଟ ଚାହିଁ ବସିବୁ?
ମିଛ ଭରସାରେ ମନ କୁ ତୋ ବୁଝଉ ଥିବୁ

ଭଙ୍ଗା ହୃଦୟରେ ଲଦି ପଥର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର

କରିଲେ ବି ତୁ ଯେତେ ସଫା
କାଚ ଟା ଦବନି ହୀରା ଚମକ
ହୋ, ସେ କାଚ କୁ ଯଦି ହୀରା କହୁ
ହସିବେ ଖାଲି ଯା ଦୁନିଆଁ ଲୋକ

ଭାଗ୍ୟରେ ତୋ ଲେଖା ନାହିଁ ଯଦି ହୀରାର ସୁଖ
ମଲା ଗଛେ ଲୁହ ଛିଞ୍ଚିଲେ କି ପାଇବୁ ଲାଭ

କଅଁଳିବନି ଜାଣି ପତର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର

ସମ୍ପର୍କ ରେ ତୁ ହାରି ଆଜି
କାହିଁକି ଭାବୁଛୁ ମିଳିଲା सजा?
ହେ ହାରିଥିଲେ ତୁ ଆଜି ସିନା
ପାଇବୁ କାଲି ତୁ ଜିତିବା ମଜା

ଜହ୍ନରେ ବି କଳଙ୍କର ଦାଗ ଥାଏରେ ଲୁଚି
କେମିତି ବା ପାଇଥାନ୍ତୁ ସତ ପ୍ରେମକୁ ଖୋଜି?

ଚିହ୍ନି କିଏ ପର କିଏ ନିଜର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର

ଯିଏ ନ ହେଲା ତୋର
ଭୁଲି ପ୍ରେମକୁ ତାର
ଜିଇଁ ଯାଆ ତୁ ଏକା
ବାକି ଜୀବନ ତୋର



Credits
Writer(s): Abinash Mishra
Lyrics powered by www.musixmatch.com

Link