Dasiaa Nadiaa

ଦାସିଆ ନଡ଼ିଆ, ଯେମିତି କାଳିଆ
ଦାସିଆ ନଡ଼ିଆ, ଯେମିତି କାଳିଆ ନେଇଥିଲା ତାର ହାତ ଲାମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ

ସେମିତି ମାଆ ଲୋ ଗୋଟା ନଡ଼ିଆ ମୋ
ସେମିତି ମାଆ ଲୋ ଗୋଟା ନଡ଼ିଆ ମୋ

ନେଇଯା ମୋ ହାତୁ ହାତ ବଢେଇ

ଦାସିଆ ନଡ଼ିଆ, ଯେମିତି କାଳିଆ
ଦାସିଆ ନଡ଼ିଆ, ଯେମିତି କାଳିଆ ନେଇଥିଲା ତାର ହାତ ଲାମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ

ଏଇ ନଡ଼ିଆରେ ଅଛି ମୋ ଜୀବନ
ଜୀବନରେ ଅଛି ଆତ୍ମା ଆଉ ମନ
ସବୁ ତତେ ଦେଇ ନଡ଼ିଆ ଭିତରେ
ବେଢ଼ାରେ ବସିଛି କରି ତତେ ଧ୍ୟାନ

ନ ନେଲେ ମୋ ହାତୁ ଫେରିବିନି ମାଆ
ନ ନେଲେ ମୋ ହାତୁ ଫେରିବିନି ମାଆ

ଚାହିଁଥିବି ତତେ ଲୁହ ଝରେଇ

ଦାସିଆ ନଡ଼ିଆ, ଯେମିତି କାଳିଆ
ଦାସିଆ ନଡ଼ିଆ, ଯେମିତି କାଳିଆ ନେଇଥିଲା ତାର ହାତ ଲମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ

ଭକତିର ଯୋଗ ଜଣା ନାହିଁ ମୋତେ
ନୁହେଁ ମୁଁ ଭକତ ଅନ୍ତରେ ମୁଁ ପୂଜେ
ବେଳ ଯାଏ ଗଡି, ରାତି ଆସେ ମାଡ଼ି
ମିଳିଯାଉ ମୋତେ ତୋ କରୁଣା ଟିକେ

ତେବେ ମୁଁ ଜାଣିବି ମା ତାରିଣୀ ଲୋ
ତେବେ ମୁଁ ଜାଣିବି ମା ତାରିଣୀ ଲୋ

ତୋ ସ୍ନେହ ସରଧା ଅଛି ମୋ ପାଇଁ

ଦାସିଆ ନଡ଼ିଆ, ଯେମିତି କାଳିଆ
ଦାସିଆ ନଡ଼ିଆ, ଯେମିତି କାଳିଆ ନେଇଥିଲା ତାର ହାତ ଲାମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ

ସେମିତି ମାଆ ଲୋ ଗୋଟା ନଡ଼ିଆ ମୋ
ସେମିତି ମାଆ ଲୋ ଗୋଟା ନଡ଼ିଆ ମୋ

ନେଇଯା ମୋ ହାତୁ ହାତ ବଢେଇ

ଦାସିଆ ନଡ଼ିଆ, ଯେମିତି କାଳିଆ
ଦାସିଆ ନଡ଼ିଆ, ଯେମିତି କାଳିଆ ନେଇଥିଲା ତାର ହାତ ଲାମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ
ନେଇଥିଲା ତାର ହାତ ଲମ୍ବେଇ



Credits
Writer(s): Traditional, Saroj Nanda
Lyrics powered by www.musixmatch.com

Link