Biswa Bandaniya

ବିଶ୍ୱ ବନ୍ଦନୀୟା ଜନନୀ
ପୁଣ୍ୟ ଘଟଗାଁ ବାସିନୀ
(ବିଶ୍ୱ ବନ୍ଦନୀୟା ଜନନୀ)
(ପୁଣ୍ୟ ଘଟଗାଁ ବାସିନୀ)

ତୁହି ଯୋଗମାୟା
ତୁହି ମହାମାୟା
(ତୁହି ଯୋଗମାୟା)
(ତୁହି ମହାମାୟା)

କୋଟିଏ ଜୁହାର ମା'ଗୋ, ସଙ୍କଟ ହାରିଣୀ

(ଜୟ ଜୟ ମା' ତାରିଣୀ)
ଓ, ଜୟ ଜୟ ମା' ତାରିଣୀ

ଖୋଲା ଆକାଶର ତଳେ, ସବୁଜ ବନାନୀ କୋଳେ
ବସିଛୁ ଡାହାଣେ ଢଳି, ଶାଳୁଆ ଗଛର ମୂଳେ
ଆଖିରେ ସୁନାର ଚିତା, ଗଳାରେ ମନ୍ଦାର ହାର
ଦେହେ ତୋର କଳା ଶାଢ଼ୀ, ମୁହଁରେ ନାଲି ସିନ୍ଦୁର

(ତୁହି ଭଗବତୀ, ତୁହି ଆଦିଶକ୍ତି)
କରୁଣାମୟୀ ତୁ ମା'ଗୋ, ମଙ୍ଗଳକାରିଣୀ

(ଜୟ ଜୟ ମା' ତାରିଣୀ)
ଓ, ଜୟ ଜୟ ମା' ତାରିଣୀ

ଭକତ ହୃଦଚନ୍ଦନ, ଭକତର ମନ ପ୍ରାଣ
ଭକ୍ତତ ବତ୍ସଳ ମା', ଭକତର ତୁ ଜୀବନ
ଏ ଜୀବନ ତୋ ଚରଣେ ସମର୍ପଣ କରିଦେଲି
ଇଚ୍ଛାମୟୀ, କୃପାମୟୀ, ତୋ ପାଦେ ପଡି ରହିଲି

(ତୁହି ମା' ଶିବାନୀ, ତୁହି ମା' ଭବାନୀ)
ଦୟା କର ଥରେ ମା' ଦୁଃଖ ବିନାଶିନୀ

(ଜୟ ଜୟ ମା' ତାରିଣୀ)
ଜୟ ଜୟ ମା' ତାରିଣୀ
(ଜୟ ଜୟ ମା' ତାରିଣୀ)



Credits
Writer(s): Traditional, Saroj Nanda
Lyrics powered by www.musixmatch.com

Link