De Re Kalia Mote

ଭକ୍ତ ସହିତ ଭଗବାନଙ୍କର ସମ୍ପର୍କ ସତରେ ବିଚିତ୍ର
ସେ ତ୍ରେତୟାର ହନୁମାନଙ୍କ ହେଉ, ରାମଚନ୍ଦ୍ରଙ୍କ ସହିତ
ଦ୍ୱାପରରେ ଦାମର ହେଉ, କି ସୁଦାମାର ହେଉ
କଳି ଯୁଗରେ ଦାସିଆର ହେଉ, କି ବନ୍ଧୁଆର ହେଉ
ତେଣୁ, ଭକ୍ତ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦିଏ ମହାପ୍ରଭୁଙ୍କ ନିକଟରେ
ସେତେବେଳେ ମହାପ୍ରଭୁଙ୍କର ସବୁକିଛି
ଚାର, ବିଚାର, ଆଚାର ଭିତରେ ଭକ୍ତ
ଓତପୋତ ଭାବରେ ଜଡ଼ିତ ହେଇଯାଏ ଏବଂ
ସେଇଥିପାଇଁ ବେଳେବେଳେ ଭକ୍ତ ପାଗଳାମି କରେ
ଏବଂ ତାଙ୍କ ପାଗଳାମି ଭିତରେ ମହାପ୍ରଭୁ ଦେଖା ଦିଅନ୍ତି

ଦେ ରେ କାଳିଆ ମୋତେ ମୋହୋଷୋଧି ତୋର (ମୋହୋଷୋଧି ତୋର)
ତୁ ଗାଧେଇଲୁ ମୋତେ ହେଲାଣି ତ ଜର (ହେଲାଣି ତ ଜର)
କାଳିଆ, କାଳିଆ, କାଳିଆ, କାଳିଆ

ଦେ ରେ କାଳିଆ ମୋତେ ମୋହୋଷୋଧି ତୋର
ତୁ ଗାଧେଇଲୁ ମୋତେ ହେଲାଣି ତ ଜର
ଦେ ରେ କାଳିଆ ମୋତେ ମୋହୋଷୋଧି ତୋର
ତୁ ଗାଧେଇଲୁ ମୋତେ ହେଲାଣି ତ ଜର

ଜାଣେନାହିଁ କି ସମ୍ପର୍କ ତୋର ମୋର

ତୁ ଗାଧେଇଲୁ ମୋତେ ହେଲାଣି ତ ଜର
କାଳିଆ, କାଳିଆ, କାଳିଆ, କାଳିଆ

କେତେ ବରଷର ସୁନା କୂଅ ତୋର
ସେ ପାଣିରେ ତୋତେ ହବ ପରା ଜର
ମୁଁ ଯେ ଗାଧୋଉଛି ନିତି ସଜପାଣି
କହିବୁକି ମୋତେ ହେଲା କାଇଁ ଜର?

ହଁ, କେତେ ବରଷର ସୁନା କୂଅ ତୋର
ସେ ପାଣିରେ ତୋତେ ହେବ ପରା ଜର
ମୁଁ ଯେ ଗାଧୋଉଛି ନିତି ସଜପାଣି
କହିବୁକି ମୋତେ ହେଲା କାଇଁ ଜର?

ମନୁଆ ତୁ ମୋହନ କି କଲୁ ମନ୍ତର?

ତୁ ଗାଧେଇଲୁ ମୋତେ ହେଲାଣି ତ ଜର
ଦେ ରେ କାଳିଆ ମୋତେ ମୋହୋଷୋଧି ତୋର
ତୁ ଗାଧେଇଲୁ ମୋତେ ହେଲାଣି ତ ଜର
କାଳିଆ, କାଳିଆ, କାଳିଆ, କାଳିଆ

ପଥି ଖାଉଥିବୁ ଅଣସର ଘରେ
ଜର ହେଲେ ଭଲ ବସିବୁ ରଥରେ
ରାତି ମୋର ସରେ ଆଖି ତୋତେ ଝୁରେ
ହବ କିରେ ଭେଟ ଘୋଷ ଯାତରାରେ?

ହଁ, ପଥି ଖାଉଥିବୁ ଅଣସର ଘରେ
ଜର ହେଲେ ଭଲ ବସିବୁ ରଥରେ
ରାତି ମୋର ସରେ ଆଖି ତୋତେ ଝୁରେ
ହବ କିରେ ଭେଟ ଘୋଷ ଯାତରାରେ?

ମୋତେ ଲାଗେ ତୁ ହବୁ କିଛି ତ ମୋର

ତୁ ଗାଧେଇଲୁ ମୋତେ ହେଲାଣି ତ ଜର
ଦେ ରେ କାଳିଆ ମୋତେ ମୋହୋଷୋଧି ତୋର
ତୁ ଗାଧେଇଲୁ ମୋତେ ହେଲାଣି ତ ଜର

ଜାଣେନାହିଁ କି ସମ୍ପର୍କ ତୋର ମୋର

ତୁ ଗାଧେଇଲୁ ମୋତେ ହେଲାଣି ତ ଜର
କାଳିଆ, କାଳିଆ, କାଳିଆ, କାଳିଆ
କାଳିଆ, କାଳିଆ, କାଳିଆ, କାଳିଆ



Credits
Writer(s): Panchanan Nayak, Shyamapad (babuli)
Lyrics powered by www.musixmatch.com

Link