Dinabandhu Daitari

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି

ହେଲ କି ନିଷ୍ଠୁର ଚିତ୍ତ? ନୀଳାଚଳେ ବିଜେ କରି

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...

ଲକ୍ଷେ ଯୋଜନରେ ଗଜ, ଡାକିଲା ହେ ଦେବରାଜ
ଲକ୍ଷେ ଯୋଜନରେ ଗଜ, ଡାକିଲା ହେ ଦେବରାଜ

ତା ଡାକକୁ ଚତୁର୍ଭୁଜ, ତା ଡାକକୁ ଚତୁର୍ଭୁଜ
ଶୁଣିଛ ଶ୍ରବଣ ଡେରି

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...

କୁରୁପତି ସଭାସ୍ଥଳେ, ଦ୍ରୌପଦୀ ଆତଙ୍ଗ କାଳେ
କୁରୁପତି ସଭାସ୍ଥଳେ, ଦ୍ରୌପଦୀ ଆତଙ୍ଗ କାଳେ

କୋଟି ବସ୍ତ୍ର ଦେଇ ହେଳେ, କୋଟି ବସ୍ତ୍ର ଦେଇ ହେଳେ
ଲଜ୍ଜାରୁ କରିଛ ପାରି

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...

ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ
ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ

କହେ ବନମାଳୀ ଗୀତେ, କହେ ବନମାଳୀ ଗୀତେ
ବସିଅଛି ଧ୍ୟାନ କରି

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ? ନୀଳାଚଳେ ବିଜେ କରି

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...



Credits
Writer(s): Balkrushna Das
Lyrics powered by www.musixmatch.com

Link