Jagannatha Ho Kichhi Magunahin

ଜଗନ୍ନାଥ ହୋ-ଓ, କିଛି ମାଗୁନାହିଁ ତୋତେ-ଏ
ଜଗନ୍ନାଥ ହୋ-ଓ, କିଛି ମାଗୁନାହିଁ ତୋତେ-ଏ
ଜଗନ୍ନାଥ

ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ
ଜଗନ୍ନାଥ ହୋ-ଓ

କିଛି ମାଗୁନାହିଁ ତୋତେ
ଆନ ଦରଶନ ନ ଲୋଡ଼େ ନୟନ
ଏକା ତୁମ୍ଭ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୁମ୍ଭ ଚରିତେ କାମନା

ଜଗନ୍ନାଥ ହୋ, କିଛି ମାଗୁନାହିଁ ତୋତେ-ଏ

ରସନା ତ ବାକ୍ଷେ ଗ୍ରାମ୍ୟ ଗୀତ ଗାଇ ବାକୁ ରଜନୀ ଦିବସ
ତୋହ ନାମାବଳି କେବଳ ସଙ୍ଖାଳି
ହୋଇଥାଉ ପୀତବାସ

ଜଗନ୍ନାଥ ହୋ-ଓ, କିଛି ମାଗୁନାହିଁ ତୋତେ-ଏ

ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ାମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ

ଜଗନ୍ନାଥ ହୋ, କିଛି ମାଗୁନାହିଁ ତୋତେ-ଏ
ଜଗନ୍ନାଥ

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ

ଜଗନ୍ନାଥ ହୋ-ଓ, କିଛି ମାଗୁନାହିଁ ତୋତେ-ଏ
ଜଗନ୍ନାଥ

ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ
ଜଗନ୍ନାଥ ହୋ-ଓ
କିଛି ମାଗୁନାହିଁ ତୋତେ
କିଛି ମାଗୁନାହିଁ ତୋତେ
କିଛି ମାଗୁନାହିଁ ତୋତେ



Credits
Lyrics powered by www.musixmatch.com

Link