Thakamana Chala Jiba

ଥକାମନ ଚାଲ ଯିବା ଚକାନୟନ ଦେଖିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା

ବାଟରେ ବାଟ ମଙ୍ଗଳା ଦେଖିବା ଅଠରନଳା
ପାଞ୍ଚ ମନ ଏକ ମେଳା ନରେନ୍ଦ୍ରେ ସ୍ନାନ କରିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା

ପହଞ୍ଚିବା ବଡ଼ଦାଣ୍ଡ ସେ ରେଣୁ ପାଇବା ତୁଣ୍ଡ
ଛତା ତଳେ ରହି ଦଣେ ସାଧୁଙ୍କ ସେବା କରିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା

ସିଂହଦ୍ୱାରେ ଭିଡ଼ାଭିଡ଼ି ବାଜୁଅଛି ବେତ ବାଡ଼ି
ଠେଲି ଦେଇ ଯିବା ମାଡ଼ି ଧକା ବାଜିଲେ ସହିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା

ବାଇଶି ପାବଚ୍ଛେ ବିକା ହେଉଛି କୈବଲ୍ୟ ଚଖା
ହାଣ୍ଡିକ ପଡ଼େ ସିଉକା ମନ ରଙ୍କା ଛଡ଼ାଇବା
ଥକାମନ ଚାଲ ଯିବା ଚକାନୟନ ଦେଖିବା

ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ
ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ ବଳରାମକୁ କହିବା

ଥକାମନ ଚାଲ ଯିବା ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା



Credits
Writer(s): Balkrushna Das
Lyrics powered by www.musixmatch.com

Link