Mu Kahinki Ete

ମୁଁ କାହିଁକି ତତେ ଏତେ ଭଲ ପାଏ? ଜାଣେନା
କେମିତି କହିବି ତତେ ତୁ କହନା
ତୁ କାହିଁକି ମୋର ଲାଗୁଛୁ ନିଜର? ଜାଣେନା
କେମିତି କହିବି ତତେ ତୁ କହନା

ଏତିକି ଜାଣିଛି ଏଇ ମୋ ଜୀବନେ କେହି ନାହିଁ ତୋ ବିନା
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)

ରାତିସାରା ତୁ ମୋର ସ୍ୱପ୍ନରେ
ଦିନସାରା ତୁ ମୋର ସାମ୍ନାରେ
କି ଦିନ, କି ରାତି ମହକି ଯାଏ ମୁଁ
ମିଠା-ମିଠା ତୋର ବାସ୍ନାରେ
ହଁ ରାତିସାରା ତୁ ମୋର ସ୍ୱପ୍ନରେ
ଦିନସାରା ତୁ ମୋର ସାମ୍ନାରେ
କି ଦିନ, କି ରାତି ମହକି ଯାଏ ମୁଁ
ମିଠା-ମିଠା ତୋର ବାସ୍ନାରେ

ତୁ ଏମିତି କିଆଁ କରିଛୁ କିମିଆଁ? ଜାଣେନା
କେମିତି କହିବି ତତେ ତୁ କହନା
ଏତିକି ଜାଣିଛି ଏଇ ମୋ ଜୀବନେ କେହି ନାହିଁ ତୋ ବିନା
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)

ଭିଡ଼ିନେଲୁ ତୁ ମୋତେ ତୋ ଆଡ଼େ
ମୁ ଯାଏରେ ତୁ ଯାଉ ଯୁଆଡେ
ତୋ ପାଖେ ସରିଛି ଚଲାବାଟ ମୋର
କେମିତି ମୁଁ ଯିବି କୁଆଡେ
ହଁ ଭିଡ଼ିନେଲୁ ତୁ ମୋତେ ତୋ ଆଡ଼େ
ମୁ ଯାଏରେ ତୁ ଯାଉ ଯୁଆଡେ
ତୋ ପାଖେ ସରିଛି ଚଲାବାଟ ମୋର
କେମିତି ମୁଁ ଯିବି କୁଆଡେ

ଏ ମନରେ ମୋର କଲୁ କାଇଁ ଘର? ଜାଣେନା
କେମିତି କହିବି ତତେ ତୁ କହନା
ଏତିକି ଜାଣିଛି ଏଇ ମୋ ଜୀବନେ କେହି ନାହିଁ ତୋ ବିନା
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)
ଧୂମ-ତାନା-ନା (ନାନା-ନା-ନା-ନା)



Credits
Writer(s): Prem Anand
Lyrics powered by www.musixmatch.com

Link