Na Re Na

ନା ରେ ନା, ନା ରେ ନା
ନା ରେ ନା, ନା ରେ ନା
ବଞ୍ଚି ପାରିବିନି ମୁଁ ତୋ ବିନା
ନା ରେ ନା, ନା ରେ ନା

ତୁ ଜୀବନ ହେଲେ ମୁଁ ଦେହ
କିଏ ଅଲଗା କରିବ କହ?
ତୁ ଜୀବନ ହେଲେ ମୁଁ ଦେହ
କିଏ ଅଲଗା କରିବ କହ?

ମୋ ଉପରେ ଏତେ ଅଭିମାନ କରି ଋଷିବାକୁ ତତେ ମନା

ନା ରେ ନା, ନା ରେ ନା
ନା ରେ ନା, ନା ରେ ନା

ତୋବିନା ମୁଁ ଅନ୍ଧ, ସବୁତ ଅନ୍ଧାର
ଦିଶେନାହିଁ ମୋତେ ବାଟ
ଡେଣା କଟିଥିବା ଚଢ଼େଇଟେ ପରି
ହଉଛି ମୁଁ ଛଟ-ପଟ

ତୋବିନା ମୁଁ ଅନ୍ଧ, ସବୁତ ଅନ୍ଧାର
ଦିଶେନାହିଁ ମୋତେ ବାଟ
ଡେଣା କଟିଥିବା ଚଢ଼େଇଟେ ପରି
ହଉଛି ମୁଁ ଛଟ-ପଟ

ତୁ ଥରୁଟେ ଖୋଲିଦେ ଆଖି
ମୋତେ baby ବୋଲି ଦେ ଡ଼ାକି
ସେରକ ପୁରିଲା, ମନକ ପୁରିଲା
ଶୋଇବାକୁ ତତେ ମନା

ନା ରେ ନା, ନା ରେ ନା
ନା ରେ ନା, ହୋ, ନା ରେ ନା

ବାକି ଅଛି ମୋର ଜୀବନ ଯେତିକି
ନେଇଯା ନକରି ଡେରି
ତୁନି-ତୁନି ତୋର କୁନି ଓଠ ଧାରେ
ହସ ଟିକେ ଆସୁ ଫେରି

ବାକି ଅଛି ମୋର ଜୀବନ ଯେତିକି
ନେଇଯା ନକରି ଡେରି
ତୁନି-ତୁନି ତୋର କୁନି ଓଠ ଧାରେ
ହସ ଟିକେ ଆସୁ ଫେରି

ଭୁଲ କରିଥିଲେ ଦେ କ୍ଷମା
ତତେ ଦଉଥିବି ଖାଲି ଚୁମା
ତୋର-ମୋର ଗପ ସବୁବେଳେ ସତ
ରାଗିବାକୁ ତତେ ମନା

ନା ରେ ନା, ନା ରେ ନା
ନା, ନା, ନା, ହୋ, ନା ରେ ନା



Credits
Writer(s): Prem Anand
Lyrics powered by www.musixmatch.com

Link