Bhaja Nishchale

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି

ଭବ ସାଗରୁ ଯିବୁ...
ଭବ ସାଗରୁ ଯିବୁ...
ଭବ ସାଗରୁ ଯିବୁ ତରିକି ରେ ତରିକି

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି

ଭାଇ, ଭଗ୍ନୀ, ସୂତ, ସୂତା
କାନ୍ତ, କାନ୍ତା ପିତା, ମାତା
ଧାମ ଏ ସଂସାର ସାରା
ବିଷୟ ବିଷ ସଂଯୁକ୍ତା

ଭକ୍ତି ଗୋଦ ଘୋରି ପିଇ
ଭକ୍ତି ଗୋଦ ଘୋରି ପିଇ
ଭକ୍ତି ଗୋଦ ଘୋରି ପିଇ
ନିଶ୍ଚେ ହେବୁ ପାରିକି

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି

ଭକ୍ତି ଚିତ୍ତେ ଭଗବାନ
ନମରେ ହୁଅ ମଗନ
ଭାବ ଭୟ ବିନାସନ
ଗତି ମୁକତି ନିଦନ

ଭୁଳନା କରିବୁ ସେଇ
ଭୁଳନା କରିବୁ ସେଇ
ଭୁଳନା କରିବୁ ସେଇ
ନାମ ସ୍ମରି ସ୍ମରିକି

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି

ଭବ, ବୈଭବେ ରସନା
ତୁଚ୍ଛ କାମନା ବାସନା
ଭଙ୍ଗୀ ତ୍ରିଭଙ୍ଗୀକୁ ଅନା
ହସୁଛି କାଳିଆ ସୁନା

ଭଜିଯାଅ ରାମହରି
ଭଜିଯାଅ ରାମହରି
ଭଜିଯାଅ ରାମହରି
ଯିବ ବାଞ୍ଚା ପୁରୀକି

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି

ଭବ ସାଗରୁ ଯିବୁ...
ଭବ ସାଗରୁ ଯିବୁ...
ଭବ ସାଗରୁ ଯିବୁ ତରିକି ରେ ତରିକି

ମନ, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି
ହରିକି, ଭଜ ରେ ରାମ, କୃଷ୍ଣ, ହରିକି



Credits
Writer(s): Saroj Nanda, Bhuban Mohan Dash
Lyrics powered by www.musixmatch.com

Link