Kahare Kaha

କହରେ, କହରେ

କହରେ, କହରେ, କହରେ ଚକା-ନୟନ
ମୋ ପୁନେଇ-ଜହ୍ନ
ମୋ ଜୀବନ ଧନ
ମୋ ମଣି-କାଞ୍ଚନ

କାଇଁ କଲୁ ମତେ ବାଇ?
ହେ ତୋତେ, ହେ ତୋତେ, ହେ ତୋତେ ଦେଖି-ଦେଖି ହେଲି ବାଇ
ସାଆନ୍ତେ ଛାଡ଼ି ଯାଇ ପାରୁନାହିଁ
ଦେଖି-ଦେଖି ହେଲି ବାଇ
ତୋତେ ଛାଡ଼ି ଯାଇ ପାରୁନାହିଁ

ଗୋପରେ ବଢ଼ିଲୁ, କି ମାୟା ରଚିଲୁ?
ମୋହନ ବଂଶୀରେ କି ଯାଦୁ ତୁ କଲୁ?
ହୋ, ବାଇ ହେଲେ ରାଧା, ବାଇୟା ଯୋସୋଦା
ବାଇ ଧେନୁ ବର୍ଷା, ବାଇ ତରୁ, ଲତା

ତୋ ପାଇଁ ସାରା ଜଗତ ବାଇୟା
ତୋ ପାଇଁ ସାରା ଜଗତ ବାଇୟା
କଳା କଳେବର କଣ୍ଠୀରେ କଳା-କହ୍ନେଇ

କହରେ ଚକା-ନୟନ
ମୋ ପୁନେଇ-ଜହ୍ନ
ମୋ ଜୀବନ ଧନ
ମୋ ମଣି-କାଞ୍ଚନ

କାଇଁ କଲୁ ମତେ ବାଇ?
ହେ ତୋତେ, ହେ ତୋତେ, ହେ ତୋତେ ଦେଖି-ଦେଖି ହେଲି ବାଇ
ତତେ ଛାଡ଼ି ଯାଇ ପାରୁନାହିଁ
ଦେଖି-ଦେଖି ହେଲି ବାଇ
ତୋତେ ଛାଡ଼ି ଯାଇ ପାରୁନାହିଁ

ପୁତନା ନାସିଲୁ, କାଳିକୁ ଦଳିଲୁ
ଗିରି ଗୋବର୍ଦ୍ଧନ ଟେକି ଉଦ୍ଧାରିଲୁ
ଅଷ୍ଟମଲ୍ଲ ସାଥେ ଏକା ତୁ ଯୁଝିଲୁ
ମଥୁରାକୁ ଯାଇ କଂସ ତୁ ବଧିଲୁ

ରଖିଛୁ ଧରମକୁ ଏକା ତୁ ବଞ୍ଚେଇ
ରଖିଛୁ ଧରମକୁ ଏକା ତୁ ବଞ୍ଚେଇ
ରଖିଛୁ ସଭିଙ୍କୁ ଘୋଡେଇ ରେ ଘଣ୍ଟ ଘୋଡେଇ

କହରେ ଚକା-ନୟନ
ମୋ ପୁନେଇ-ଜହ୍ନ
ମୋ ଜୀବନ ଧନ
ମୋ ମଣି-କାଞ୍ଚନ

କାଇଁ କଲୁ ମତେ ବାଇ?
ହେ ତୋତେ, ହେ ତୋତେ, ହେ ତୋତେ ଦେଖି-ଦେଖି ହେଲି ବାଇ
ତୋତେ ଛାଡ଼ି ଯାଇ ପାରୁନାହିଁ
ଦେଖି-ଦେଖି ହେଲି ବାଇ
ତତେ ଛାଡ଼ି ଯାଇ ପାରୁନାହିଁ
ଦେଖି-ଦେଖି ହେଲି ବାଇ
ତତେ ଛାଡ଼ି ଯାଇ ପାରୁନାହିଁ



Credits
Writer(s): Shrikant Gautam
Lyrics powered by www.musixmatch.com

Link