Marile Mariba

ମାରିଲେ ମାରିବ, ତାରିଲେ ତାରିବ
ମାରିଲେ ମାରିବ, ତାରିଲେ ତାରିବ
ଶୁଭ ମୁହଁରେ ମୁଁ ଶୁଖିଲା ପତର
ଖେଳୁଛି ଭଉଁରୀ ଚାରିପାଖେ ମୋର

ଭାସିଲେ ଭାସିବି, ନହଲେ ବୁଡ଼ିବି
ତମ ଇଚ୍ଛା ଯାହା କର

ମାରିଲେ ମାରିବ, ତାରିଲେ ତାରିବ
ମାରିଲେ ମାରିବ...

ମୋ ଇଚ୍ଛାରେ ମୁଁ ଆସି ତ ନ ଥିଲି
ତମେ ହିଁ ଆଣିଛ ମୋତେ
ମୋ ଇଚ୍ଛାରେ ମୁଁ ଯାଇ କି ପାରିବି?
ତମେ ନ ଚାହିଁଲେ ସତେ

ଝଡ଼ ପବନରେ ଶୁଖିଲା ଛପର
ଉଡ଼ି ବୁଲୁଥାଏ ତଳକୁ ଉପର
ତମ ଇଚ୍ଛା ଯାହା କର

ମାରିଲେ ମାରିବ, ତାରିଲେ ତାରିବ
ମାରିଲେ ମାରିବ...

କହି ପାରିବିନି କିଛି ବୋଲି ମୋର
ପ୍ରଭୁ ସବୁତ ତୁମର
ଅତି ଦୀନହିନ ଅତି ଅକିଞ୍ଚନ
ମୁଁ ଯେ ନିମିତ୍ତ ମାତର

ରହିଲେ ରହିବ, ନହେଲେ ଛାଡ଼ିବ
ରହିଲେ ରହିବ, ନହେଲେ ଛାଡ଼ିବ
ଜିଭେ ନାହିଁ ଲୋଭ ମୋର

ମାରିଲେ ମାରିବ, ତାରିଲେ ତାରିବ
ମାରିଲେ ମାରିବ, ତାରିଲେ ତାରିବ
ଶୁଭ ମୁହଁରେ ମୁଁ ଶୁଖିଲା ପତର
ଖେଳୁଛି ଭଉଁରୀ ଚାରିପାଖେ ମୋର

ଭାସିଲେ ଭାସିବି, ନହଲେ ବୁଡ଼ିବି
ତମ ଇଚ୍ଛା ଯାହା କର

ମାରିଲେ ମାରିବ, ତାରିଲେ ତାରିବ
ମାରିଲେ ମାରିବ...



Credits
Writer(s): Saroj Nanda, Shrikant Gautam
Lyrics powered by www.musixmatch.com

Link